ଗାଆଁ କଲ୍ୟାଣ ସମିତିର ଦୁଇ ଦିନିଆ ତାଲିମ୍ ଶିବିର ଓ ବିଶ୍ୱାସ କାର୍ଯ୍ୟକ୍ରମ ।

0 328

ବେଲଗୁଣ୍ଠା,୦୪/୧୨; ଆଜି ଗାଙ୍ଗପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଗାଆଁ କଲ୍ୟାଣ ସମିତିର ଦୁଇ ଦିନିଆ ଦକ୍ଷତା ବୃ୍ଦ୍ଧି ତାଲିମ ଶିବିର ଓ ବିଶ୍ୱାସ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । ଏମପିଏଚ୍ଏସ୍ ସୁବ୍ରମନ୍ୟୁ କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ତାଲିମ୍ ଶିବିରରେ ପ୍ରଶାନ୍ତି କୁମାରୀ ତ୍ରୀପାଠୀ ଏବଂ ରଞ୍ଜୁକ୍ତା ସ୍ୱାଇଁ ପ୍ରଶିକ୍ଷିକା ଯୋଗ ଦେଇଥିବା ବେଳେ ଗାଙ୍ଗପୁର ଏବଂ ଖଇରପୁଟି ଗ୍ରାମ ପଂଚାୟତରେ ଥିବା ବିଭିନ୍ନ ରାଜସ୍ଵ ଗ୍ରାମରୁ ଆଶା, ଅଙ୍ଗନୱାଡ଼ି କର୍ମୀଙ୍କ ସମେତ ୪୮ ଜଣ ସମିତି ସଦସ୍ୟ ତାଲିମ୍ ଗ୍ରହଣ କରିଥିଲେ । ତାଲିମ୍ ଶିବିରରେ ନିରାପଦ ମାତୃତ୍ୱ, ଆନୁଷ୍ଠାନିକ ପ୍ରସବ, ଲୌହ ବଟିକା ବିତରଣ , ସ୍ୱାସ୍ଥ୍ୟ କାନ୍ଥ, ଗାଆଁ ପରିମଳ, ନବ ଜନ୍ମିତ ଶିଶୁର ଯତ୍ନ ଏବଂ କଷ କ୍ଷୀରର ଉପଯୋଗିତା ଉପରେ ତାଲିମ୍ ପ୍ରଦାନ କରାଯିବା ସହ ଗାଆଁ କଲ୍ୟାଣ ସମିତିକୁ ଆସୁଥିବା ଅନୁଦାନର ସୁବିନିଯୋଗ କରିବା ବିଷୟରେ ଆଲୋଚନା ହୋଇଥିଲା । ଏହା ସହିତ ବିଶ୍ୱାସ କାର୍ଯ୍ୟକ୍ରମ ମାଧ୍ୟମରେ ୧୧ ମାସରେ ୧୧ ଟି ବୈଠକର ଆୟୋଜନ କରି ଲୋକଙ୍କୁ ସ୍ଵାସ୍ଥ୍ୟଶିକ୍ଷା ପ୍ରଦାନ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା । ସ୍ୱାସ୍ଥ୍ୟ କର୍ମୀ ବିନିତା ନାୟକ ଏବଂ ମମତା ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.