ଜାରକା ସତ୍ୟସାଇ ସେବା ସମିତିର ବାର୍ଷିକୋତ୍ସବ ।

0 266

ଯାଜପୁର,୩୦/୧୧(ପିପିଟି); ଭଗବାନ ଶ୍ରୀ ସତ୍ୟସାଇ ସେବା ସମିତି ଜାରକା ୧୪ ତମ ବାର୍ଷିକୋତ୍ସବ ଓ ନାରାୟଣ ସେବା କାର୍ଯ୍ୟକ୍ରମ ଆଦି ଅନୁଷ୍ଠିତ ହୋଇଯାଇଛି। କରୋନା କବଳିତ ସମଗ୍ର ବିଶ୍ଵରେ ଜୁଝୁଥିବାବେଳେ କୋଭିଡ୍‌-୧୯ ନିୟମାବଳୀରେ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଭୋର ସାଡେ ୪ଟାରୁ ଓମ୍ କାରମ୍, ସୁପ୍ରଭାତମ୍, ନଗରସଂକୀର୍ତ୍ତନ,ଯଥାବିଧି ପୂଜାର୍ଚ୍ଚନା ପରେ ସାମିଆଁ ପଞ୍ଚାୟତ ଅନ୍ତର୍ଗତ ବୁଢା କେନ୍ଦୁଆ ସ୍ଥିତ ‘ନେସନ’ ଅନାଥ ଆଶ୍ରମ ଠାରେ ଏକ ଦିବସୀୟ ଛୋଟ ଛୋଟ ପିଲାମାନଙ୍କୁ ଖାଦ୍ୟ ପ୍ରସ୍ତୁତ କରାଯାଇ ବଣ୍ଟନ କରାଯାଇଥିଲା। ବାର୍ଷିକୋତ୍ସବ ଅବସରରେ ଅନ୍ତେବାସୀ ପିଲାମାନଙ୍କୁ ମିଷ୍ଟାନ୍ନ ଓ ଭଗବାନ ସତ୍ୟସାଇ ବାବାଙ୍କ ଫଟୋଚିତ୍ର ପ୍ରଦାନ କରାଯାଇଥିଲା । ଏଥିରେ ସମିତିର ଆବାହକ ଭଜନାନନ୍ଦ ସାମଲ, ପୂର୍ବତନ ଆବାହକ ପବିତ୍ର ମୋହନ ବିଶ୍ଵାଳ, ଆଧାତ୍ମିକ ସଂଯୋଜକ ବିକ୍ରମ କେଶରୀ ମହାନ୍ତି, ଜିଲ୍ଲା ଏସଆରପି ସଂଯୋଜକ ସୁଶାନ୍ତ କୁମାର ନାୟକ, ରଞ୍ଜନ କୁମାର ସାହୁ,କଟକୃଷ୍ଣ ମଲ୍ଲିକ, ପ୍ରଫୁଲ୍ଲ ଜେନା, ସୌରଭ ଜେନା, ଶୁଭମ୍ ଦାସ, ଅରୁନ୍ଧତୀ ସାହୁ, ପ୍ରତିମା ସାହୁ, ମିନତୀ ବିଶ୍ୱାଳ, ମାନସୀ ବିଶ୍ଵାଳ ପ୍ରମୁଖ ପରିଚାଳନା କରିଥିଲେ । ସନ୍ଧ୍ୟାରେ ଆବାହକ ବାର୍ଷିକ ବିିବରଣୀ ପାଠ ପ୍ରସଙ୍ଗରେ ଭଗବାନ ଶ୍ରୀ ସତ୍ୟସାଇ ସତ୍ୟ, ଧର୍ମ , ଶାନ୍ତି ଓ ପ୍ରେମ ମାଧମରେ ମାନବରୁ କିପରି ମାଧବ ରୂପରେ ପରିବର୍ତ୍ତନ ହେବା ଉପରେ ଆଲୋକପାତ କରିଥିଲେ । ପରେ ସାମାଜିକ ଦୂରତ୍ବ ରକ୍ଷାକରି ସାମୁହିକ ଭଜନ ଗାନ କରାଯାଇଥିଲା ।

Leave A Reply

Your email address will not be published.