ଟ୍ରକକୁ ଧକ୍କା ଦେଲା ବାଇକ: ଜଣେ ମୃତ,୨ଜଣ ଗୁରୁତର ।

0 565

ଭଞ୍ଜନଗର,୩୦/୧୧(ପିପିଟି); କୁଲାଡ଼ ନିକଟ କମଳା ବାଡ଼ି ନିକଟରେ ଆଜି ସନ୍ଧ୍ୟାରେ ସାନ ତୁଳସୀ ପଲ୍ଲୀ ଗ୍ରାମର ସମୀର ନାଇକ ଏବଂ ଗୋଲାପଡା ଗ୍ରାମର ପିଣ୍ଟୁ ନାଇକ ଓ ଯୋଗୀ ନାଇକ ଏକ ବାଇକ ରେ ଯାଉଥିବା ବେଳେ ଏକ ଟ୍ରକ ସହ ସେମାନଙ୍କ ବାଇକ ଧକ୍କା ହୋଇଥିଲା।ଫଳରେ ୩ଜଣ ଯାକ ଗୁରୁତର ଆହତ ହୋଇଥିଲେ। ସମସ୍ତଙ୍କୁ ଭଞ୍ଜନଗର ମେଡିକାଲ ରେ ଭର୍ତ୍ତି କରାଯାଇଥିଲା।ହେଲେ ସମୀରକୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ପିଣ୍ଟୁ ଓ ଯୋଗୀକୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.