ଫୁଲବାଣୀସହରରେ ଟ୍ରଫିକ୍ ବ୍ଯବସ୍ଥା ଭୁଶୁଡି ପଡିଛି ।

0 447

ଫୁଲବାଣୀ,୩୦/୧୧(ପିପିଟି); ଫୁଲବାଣୀ ସହରକୁ ସର୍ବାଙ୍ଗ ସୁନ୍ଦର କରି ଗଢିବା ପାଇଁ ପୌରପରିଷଦ ପକ୍ଷରୁ ବିଭିନ୍ନ ଯୋଜନା ନିଆଯାଇ ଅର୍ଥ ଖର୍ଚ୍ଚ କରାଯାଇଥିବା ବେଳେ ଜନସାଧାରଣଙ୍କ ସୁବିଧା ପାଇଁ ପ୍ରଶାସନ ପକ୍ଷରୁ ରାସ୍ତା ପ୍ରଶସ୍ତି କରଣ ରାସ୍ତା ମଝିରେ ଡ଼ିଭାଇଡର ରାସ୍ତା କଡ ଏବଂ ଡିଭାଇଡ଼ର ମଧ୍ୟରେ ବୃକ୍ଷ ରୋପଣ କରାଯାଇଥିବା ବେଳେ ବର୍ତ୍ତମାନ ପୌରପରିଷଦ ଦାୟିତ୍ବ ହୀନତା ପାଇଁ ଏହା କାମରେ ନ ଲାଗି ଜନସାଧାରଣଙ୍କ ପାଇଁ ଅସୁବିଧା ସୃଷ୍ଟି କରୁଛି । ସହରର ମୁଖ୍ୟ ମାର୍କେଟ ଲକ୍ଷ୍ମୀ ମାର୍କେଟ , ଅନ୍ନପୂର୍ଣ୍ଣା ମାର୍କେଟ ସବୁବେଳେ ଜନ ଗହଳି ରହୁଥିବା ବେଳେ ରାସ୍ତାର ଦୁଇ ପାର୍ଶ୍ଵରେ ଥିବା କିଛି ଦୋକାନୀ ରାସ୍ତା ଉପରକୁ ୫-୬ ଫୁଟ ବଢ଼ାଇ ଜିନିଷ ରଖିବା ଓ ବିଭିନ୍ନ ସ୍ଥାୟୀ ବୋର୍ଡ ମାରି ଗାଡି ରଖିବା ପାଇଁ ନିର୍ମିତ ପାର୍କିଙ୍ଗ ଜାଗାକୁ ସମ୍ପୂର୍ଣ୍ଣ ଦଖଲ କରି ରଖୁଛନ୍ତି । ଫଳରେ ଜନସାଧାରଣ ବାଧ୍ୟ ହୋଇ ପାର୍କିଙ୍ଗ ପାଇଁ ଜାଗା ନ ପାଇ ରାସ୍ତା ଉପରେ ଗାଡି ପାର୍କିଙ୍ଗ କରୁଛନ୍ତି । ଫଳରେ ବାରମ୍ବାର ଦୁର୍ଘଟଣା ବି ଘଟୁଛି । ଲକ୍ଷ୍ମୀ ମାର୍କେଟର ଜଣେ ଲୁହାଛଡ଼ ଓ ଆଜବେଷ୍ଟ ବ୍ୟବସାୟୀ ବର୍ଷ ବର୍ଷ ଧରି ଏହି ପାର୍କିଙ୍ଗ ଜାଗାକୁ ଗୋଦାମ ଭଳି ବ୍ୟବହାର କରୁଛନ୍ତି । ଏହି ରାସ୍ତା କଡ ପାର୍କିଙ୍ଗ ଜାଗା ଉପରେ ବଡ କମ୍ପ୍ୟୁଟର କାଣ୍ଟାକୁ ସ୍ଥାୟୀ ଭାବେ ସ୍ଥାପନ କରି ଲୁହାଛଡ଼ ଆଦି ଓଜନ କରି ଗାଡି ଯାତାୟତରେ ବାଧା ସୃଷ୍ଟି କରୁଥିଲେ ମଧ୍ୟ ପୋଲିସ ପ୍ରଶାସନ ନିରବ । ଏହିଭଳି ପରିସ୍ଥିତି ସୃଷ୍ଟି ହୋଇଛି ଯେ ନିର୍ବାହୀ ଯନ୍ତ୍ରୀ ଉଠା ଜଳସେଚନ ବିଭାଗର ଗେଟକୁ ଛାଡି ସମ୍ପୂର୍ଣ୍ଣ ପାର୍କିଙ୍ଗ ସ୍ଥାନକୁ ଜବରଦଖଲ କରି ଗୋଦାମ ରୂପେ ବ୍ୟବହାର କରୁଛନ୍ତି ଏହି ବ୍ୟବସାୟୀ । ଏହିପରି ରାସ୍ତା ଜବରଦଖଲ ଯୋଗୁଁ କିଛି ଦିନ ପୂର୍ବେ ଏକ ମାଲ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ରାସ୍ତା ଉପରେ ପାର୍କିଙ୍ଗ ହୋଇଥିବା କିଛି ବାଇକକୁ ଧକା ଦେଇ ରାସ୍ତା ଉପରେ ପସରା ମେଲାଇଥିବା ଦୋକାନୀଙ୍କ ପସରା ଉପରେ ଚଢି ଜଣେ ସାଇକେଲ ଚାଳକଙ୍କୁ ଧକା ଦେବା ଫଳରେ ଉକ୍ତ ଚାଳକଙ୍କ ମୃତ୍ୟୁ ଘଟିଥିଲା । ଏହାପରେ ମଧ୍ୟ ପୋଲିସ ପ୍ରଶାସନ ଟ୍ରାଫିକ ସମସ୍ୟାକୁ ସୁଧାରିବା ଓ ଏହି ବ୍ୟବସାୟୀଙ୍କୁ ରାସ୍ତା ଅବରୋଧ ପାଇଁ ତାଗିଦ ନ କରିବା ପୋଲିସ ପ୍ରଶାସନର ହୁଗୁଳା ଶାସନର ଏକ ନମୁନା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ତୁରନ୍ତ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ନିର୍ମିତ ପାର୍କିଙ୍ଗ ପ୍ଲେସ ଓ ରାସ୍ତା କଡ଼କୁ ଜବରଦଖଲ ମୁକ୍ତ କରିବା ପାଇଁ ସହରବାସୀଙ୍କ ଦାବି ହେଉଛି ।

(ରିପୋର୍ଟ- ଶିବାନନ୍ଦ ପଟ୍ଟନାୟକ। )

Leave A Reply

Your email address will not be published.