ଜଗତସିଂହପୁର,୩୦/୧୧(ପିପିଟି);ଆଜି ବାଣୀକ୍ଷେତ୍ର ସୁରକ୍ଷା ପରିଷଦ , ଜଗତସିଂହପୁର ତରଫରୁ ବହୁଚର୍ଚିତ ପରି ହତ୍ୟାକାଣ୍ଡ ଘଟଣାରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ କୁଶପୁତଳିକା ଦାହ କରିବା ସହିତ ବିରୋଧ କରାଯାଇଥିଲା । ଏହା ସହିତ ଅରୁଣ ସାହୁଙ୍କୁ ମନ୍ତ୍ରୀପଦରୁ ବାହାର କରିବା ସହିତ ପରୀ ଘଟଣାର ସିବିଆଇ ତଦନ୍ତ ସହ ପରିବାର ସମେତ ଲକ୍ଷ୍ମୀପୁର ପଞ୍ଚାୟତର ସରପଞ୍ଚକୁ ସୁରକ୍ଷା ଦେବା ପାଇଁ ଦାବି କରାଯାଇଥିଲା । ଏହି ଆନ୍ଦୋଳନ ରେ ବାଣୀକ୍ଷେତ୍ର ସରକ୍ଷା ପରିଷଦର ଆବାହକ ବଳରାମ ଦଳାଇ, ଜିଲ୍ଲା ସଂଯୋଜକ ଦେବାଶିଷ ଚୌଧୁରୀ,ଉତ୍କଳ ବିଶ୍ଵବିଦ୍ୟାଳୟର ଛାତ୍ରନେତା ଭବରଞ୍ଜନ ବେହେରା, ଯୁବନେତା ମିର୍ଜା ସିଦିକ ବେଗ,ସୁଜିତ କୁମାର ସ୍ୱାଇଁ, ଯୁବ ସମାଜ ସେବୀ ଚିରଞ୍ଜିବ ନାୟକ, ଶୋଭାଗ୍ୟ ବରାଳ, ସତ୍ୟବ୍ରତ ମଲ୍ଲିକ ସମେତ ଏହି ଆନ୍ଦୋଳନରେ ଯୋଗଦାନ କରିଥିଲେ ।
(ରିପୋର୍ଟ- ପ୍ରତାପ କୁମାର ସିଂହ। )