କରୋନା ସାଜିଲା ବଇରୀ, ପ୍ରେମରୁ ଆରମ୍ଭ ଦୁଷ୍କର୍ମରେ ଶେଷ !

0 778

ବେଗୁନିଆପଡା,୨୯/୧୧(ପିପିଟି): କୋଦଳା ଥାନା,ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ଚନ୍ଦନପୁର ଗ୍ରାମର କୁମର ଗୌଡ଼ ଦୁଷ୍କର୍ମ ମାମଲାରେ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ନେଇ ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ସୂଚନା ଦେଇଛନ୍ତି । ଖବର ନେବାରୁ ଜଣାଯାଇଛି ଯେ ଦୀର୍ଘ ତିନି ବର୍ଷ ଧରି ବେଙ୍ଗାଲୁର ଠାରେ ଏକ ଘରୋଇ କମ୍ପାନୀ ରେ ସିକୁରିଟି ଭାବେ କାମ କରୁଥିବା କୁମର ଗୌଡ଼ ସେଇ କମ୍ପାନୀରେ ସିଲେଇ କରୁଥିବା ଚନ୍ଦନପୁର ଗ୍ରାମର ଜୈନକ ଯୁବତୀ ପ୍ରିୟା ଜେନା(ଛଦ୍ମନାମ)ଙ୍କ ସହିତ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ପରେ ଦୁଇ ପ୍ରେମୀ ଯୁଗଳ ତିନି ବର୍ଷ ଲିଭ ଇନ ରିଲେସନ ରେ ଥିଲେ । କିଛି ଦିନ ପରେ କୁମର ନିଜ ଗ୍ରାମକୁ ଆସିଥିଲେ କିନ୍ତୁ ମହାମାରୀ କରୋନାର ଲକଡାଉନ, ସଟଡାଉନ କାରଣରୁ କୁମର ଗ୍ରାମକୁ ଆସି ଆଉ ବେଙ୍ଗାଲୁର ଫେରି ପାରି ନଥିଲେ । ଉଭୟ ପ୍ରେମୀ ଯୁଗଳଙ୍କ ମଧ୍ୟରେ ଦୂରତା କାରଣରୁ କୁମର ମନ ରେ ପରିବର୍ତ୍ତନ ହୋଇ ବେଙ୍ଗାଲୁର ଫେରିବାକୁ ଇଚ୍ଛା ପ୍ରକାଶ କରିନଥିଲେ । ଫଳରେ ସନ୍ଦେହରେ ପଡି ଯାଇଥିଲେ ତଥାକଥିତ ପତ୍ନୀ ପ୍ରିୟା (ଛଦ୍ମନାମ) । ଅପେକ୍ଷା କରି କରି ଦୀର୍ଘ ଦିନ ପରେ ପ୍ରିୟା ବେଙ୍ଗାଲୁର ରୁ ନିଜର ଆସବାବ ସହିତ ବେଗୁନିଆପଡା ଫାଣ୍ଡି ରେ ପହଁଚି କେଶ ରୁଜୁ କରିଥିଲେ । ଏ ନେଇ କୋଦଳା ଥାନା କେଶ ନଂ 434/20 ରେ ମାମଲା ରୁଜୁ କରି କୁମର ଗୌଡ଼କୁ ଦଫା 376/2n/506 ରେ କୋର୍ଟ ଚାଲାଣ କରାଯାଇଥିବା ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ସୂଚନା ଦେଇଛନ୍ତି ।

(ରିପୋର୍ଟ ସୌଜନ୍ୟ- ମୁନା ନାୟକ। )

Leave A Reply

Your email address will not be published.