ନୟାଗଡ଼ ପରୀ ପାଇଁ ଅଙ୍ଗାରଗାଁ ବିଜେପି ତରଫରୁ କ୍ୟାଣ୍ଡେଲ ଶୋଭାଯାତ୍ରା ।

0 415

ବେଗୁନିଆପଡା,୨୯/୧୧(ପିପିଟି):ଏହି ବ୍ଲକ ଅନ୍ତର୍ଗତ ଅଙ୍ଗାରଗାଁ ପଞ୍ଚାୟତର ବିଜେପି କର୍ମୀ ତରଫରୁ ନୟାଗଡ଼ର ନିଷ୍ପାପ ଶିଶୁ ପରୀ ମୁର୍ତ୍ୟୁ ପାଇଁ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇଛି । ପ୍ରାପ୍ତ ସୂଚନା ଅନୁଯାୟୀ ଆଜି ସନ୍ଧ୍ୟା ୭ ଘଣ୍ଟ ସମୟରେ ଅଙ୍ଗାରଗାଁ ବସଷ୍ଟାଣ୍ଡ ଠାରେ ବିଜେପି କର୍ମୀମାନେ ଏକତ୍ରିତ ହୋଇ ନୟାଗଡ଼ର ନିରୀହ ନିଷ୍ପାପ ଶିଶୁ କନ୍ୟା ପରୀର ମୃତ୍ୟୁକୁ ନେଇ ଏକ ନିରବ କ୍ୟାଣ୍ଡେଲ ଶୋଭାଯାତ୍ରା କରିଥିଲେ। ଉକ୍ତ ଶୋଭାଯାତ୍ରାରେ ବିଜେପି କର୍ମୀ ନାରାୟଣ ସୁମନ୍ତରାୟଙ୍କ ତତ୍ୱାବଧାନରେ ସତ୍ୟ ନାରାୟଣ ସାହୁ, ନାରାୟଣ ପ୍ରଧାନ, ରମେଶ ଚନ୍ଦ୍ର ଜେନା, ନନ୍ଦନ କୁମାର ଭୂୟାଁ, ପ୍ରଶାନ୍ତ କୁମାର ପାତ୍ର, ପ୍ରଶାନ୍ତ କୁମାର ସାହୁ, ଟୁକୁନା ସାହୁ, ବିଜୟ ବେହେରା,ସନ୍ତୋଷ ମହାକୁଡ଼, ପୀତବାସ ବେହେରା, ଆଲୋକ ବିଶୋଇ, ପପୁ ପ୍ରଧାନ, ମୁନା ପ୍ରଧାନ, ସୁଧାକର ମହାରଣା ପ୍ରମୁଖ କ୍ୟାଣ୍ଡେଲ ଶୋଭାଯାତ୍ରାରେ ଅଂଶ ଗ୍ରହଣ କରିଥିଲେ।

(ରିପୋର୍ଟ ସୌଜନ୍ୟ – ମୁନା ନାୟକ। )

Leave A Reply

Your email address will not be published.