ବେଆଇନ ବାଲି ଚାଲାଣ,ଦୁଇ ଟ୍ରାକ୍ଟର ସମେତ ଡ୍ରାଇଭର ଗିରଫ ।

0 388

ବେଲଗୁଣ୍ଠା,୨୯/୧୧(ପିପିଟି);ଗାଙ୍ଗପୁର ଥାନା ଅନ୍ତର୍ଗତ ମଶାଣିଭାଗ ଗ୍ରାମରେ ଗାଙ୍ଗପୁର ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ବେଆଇନ ଭାବେ ଚାଲାଣ ହେଉଥିବା ଦୁଇ ବାଲିଭର୍ତ୍ତି ଟ୍ରାକ୍ଟର ଜବତ କରିବା ସହ ଦୁଇ ଡ୍ରାଇଭରଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।ଓଡି୦୭ଇ୨୧୮୨, ଓଡି୦୭ଏନ୍ ୧୫୦୫ ନମ୍ବର ଯୁକ୍ତ ଦୁଇଟି ଟ୍ରାକ୍ଟର ଋଷିକୂଲ୍ୟା ନଦୀ ପଠାରୁ ବେଆଇନ ଭାବରେ ବାଲି ନେଇ ଆସୁଥିବା ବେଳେ ପୋଲିସ ହାବୁଡରେ ପଡିଥିଲେ ।ଗାଙ୍ଗପୁର ଥାନା ପୋଲିସ ୩୪୫/୨୦ ଓ ୩୪୬/୨୦ରେ ଦୁଇ ପୃଥକ ମାମଲା ରୁଜ୍ଜୁ କରି ଭାରତୀୟ ପିଙ୍ଗଳ ଧାରା ୩୭୯ ରେ ଦୁଇଟି ଟ୍ରାକ୍ଟର ଜବତ କରିବା ସହ ଦୁଇ ଡ୍ରାଇଭରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନାଧିକାରୀ ଧିରେଶ କୁମାର ଦାସ ସୂଚନା ଦେଇଛନ୍ତି ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.