ଗୋପାଳପୁର ବିଧାୟକ ଡ.ପ୍ରଦୀପ ପାଣିଗ୍ରାହୀ ବିଜେଡିରୁ ବହିଷ୍କୃତ ।

0 4,124

ଭୁବନେଶ୍ବର,୨୯/୧୧: ଲୋକ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଦଳରୁ ବିହିଷ୍କୃତ କରାଯାଇଛି । ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଏହି କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯାଇଥିବା ନେଇ ଦଳ ପକ୍ଷରୁ ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ପ୍ରେସ୍ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି । ଆଇଏଫଏସ୍ ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକଙ୍କ ସଂପର୍କକୁ ନେଇ ବିବାଦୀୟ ହୋଇପଡିଥିଲେ ଗୋପାଳପୁର ବିଧାୟକ ଶ୍ରୀ ପାଣିଗ୍ରାହୀ ।ଆକାଶ ପାଠକ ନିଜକୁ ଟାଟା ମୋଟର୍ସର ଏମଡି ବୋଲି ପରିଚୟ ଦେଇ ବେକାର ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ଦେବା ନାମରେ କୋଟି କୋଟି ଚୂନ ଲଗାଇଥିବା ନେଇ ଭିଜିଲାନ୍ସ ହାତରେ କାଗଜପତ୍ର ଲାଗିଛି ।ଏହି ଘଟଣାରେ ଗୋପାଳପୁର ବିଧାୟକଙ୍କ କାର୍ଯ୍ୟକଳାପ ସନ୍ଦେହ ଘେରକୁ ଆସିଯାଇଛି । ଡିସେମ୍ବର ମାସରେ ଆଇଏଫଏସ୍ ଅଭୟକାନ୍ତ ପାଠକଙ୍କ ପୁଅ ସହିତ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅର ବିବାହ ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା ।ରାଜସ୍ଥାନର ଏକ ବଡ ହୋଟେଲ୍ ମଧ୍ୟ ବୁକ୍ ହୋଇ ସାରିଥିଲା । ଆଇଏଫଏସ୍ ଅଭୟକାନ୍ତ ପାଠକ ସମ୍ପତ୍ତିର ଯାଞ୍ଚ ପାଇଁ ଏସଆଇଟି ଗଠନ କରାଯାଇଛି । ବିଭିନ୍ନ ରାଜ୍ଯରେ ଚାଢାଉ ସରିଛି ଏବଂ ଆଗକୁ ବିଭିନ୍ନ ଦିଗ ପ୍ରତି ଯାଞ୍ଚ ହେବ । ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ କାର୍ଯ୍ୟକଳାପ ପ୍ରତି ଭିଜିଲାନ୍ସ ଓ ଗୁଇନ୍ଦା ବିଭାଗ ନଜର ରଖିଥିବା ନେଇ ଚର୍ଚ୍ଚା ଜୋର ଧରିଛି । ବର୍ତ୍ତମାନ ଠାରୁ ଗୋପାଳପୁର ବିଧାୟକଙ୍କ ସାମ୍ରାଜ୍ୟ ଭାଙ୍ଗିବା ପଇଁ ଗୋଟି ଚାଳନା ଆରମ୍ଭ ହୋଇଯାଇଛି । ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ ଅନୁଗତ ଅଫିସର ଓ ସମର୍ଥକ ମଧ୍ୟ ଭିଜିଲାନ୍ସ ନଜରକୁ ଆସିବା ସମ୍ଭାବନା ରହିଛି । ଗଞ୍ଜାମ ରାଜନୀତିରେ ପୂର୍ବତନ ମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କ ପରେ ବର୍ତ୍ତମାନ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ ଭାବରେ ଦଳୀୟ ନେତାଙ୍କ ପାଇଁ ସତର୍କ ଘଣ୍ଟି ।

Leave A Reply

Your email address will not be published.