ଖଣ୍ଡିଆନଈ ରେ “ମୋ ଗାଁ ରେ ତହସିଲ୍” କାର୍ଯ୍ୟକ୍ରମ ଅନୁଷ୍ଠିତ ।

0 505

କୋଦଳା,୨୭/୧୧(ପିପିଟି); ଶୁକ୍ରବାର ଗଞ୍ଜାମ ଜିଲ୍ଲା କୋଦଳା ତହସିଲ୍ ଅନ୍ତର୍ଗତ ବେଗୁନିଆପଡ଼ା ବ୍ଲକ ଖଣ୍ଡିଆନଈ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସରପଞ୍ଚ ପୁଷ୍ପାଞ୍ଜଳି ପ୍ରଧାନଙ୍କ ତତ୍ଵାବଧାନ ରେ “ମୋ ଗାଁ ରେ ତହସିଲ୍” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ତହସିଲଦାର ଅବନୀ କୁମାର ସାହୁ, ବିଡିଓ ବେଦବର ପ୍ରଧାନ, ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀ,ବ୍ଲକ ଅଧ୍ଯକ୍ଷ୍ଯା ପ୍ରତିନିଧି ବିଜୟ କୁମାର ଦୋରା,ପ୍ରମୁଖ ଯୋଗ ଦେଇ ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ, ସୁବିଧା ଏବଂ ଉଦ୍ଦେଶ୍ୟ ବିଷୟରେ ଉପସ୍ଥିତ ଜନସାଧାରଣଙ୍କୁ କହିଥିଲେ । ଉପସ୍ଥିତ ଅନ୍ୟ ମାନଙ୍କ ମଧ୍ୟରେ କେ. ବରିଡା ସରପଞ୍ଚ ଚୀତ୍ରସେନ ନାୟକ,କେ. ବରିଡା ସର୍କଲ୍ ର ରାଜସ୍ୱ ନିରୀକ୍ଷକ ମଳୟ କୁମାର ନାୟକ ଯୋଗଦେଇଥିଲେ!ଏଥିରେ ସମୁଦାୟ ୭୩ ଜଣ ଦରଖାସ୍ତ ଆହ୍ବାନ କରିଥିବା ବେଳେ ୨୨ଜଣଙ୍କୁ ଘର ପଟା, ୪ ଜଣଙ୍କୁ ଗ୍ରାମ କଣ୍ଟକ,୧୬ଜଣଙ୍କୁ ମ୍ୟୁଟେସନ୍, ରେଜିଷ୍ଟ୍ରେସନ୍, ଜାତିଗତ, ସ୍ଥାୟୀବାସିନ୍ଦା ପ୍ରମାଣ ପତ୍ର, ସୀମା ନିର୍ଦ୍ଧାରଣ, ରୁଣ ପରିଶୋଧ କ୍ଷମତା ପ୍ରମାଣ ପତ୍ର, ଦାଖଲ, କିସମ ପରିବର୍ତ୍ତନ ଆଦି ସେବା ଯୋଗାଇ ଦିଆଯାଇଥିବା ବେଳେ ଈ ପାଉତୀ ୬୬/-ଆଦାୟ ହୋଇଥିବା ଜଣାପଡିଛି !ସାଧାରଣ ଜନତା ତହସିଲ ନ ଦଉଡ଼ି ନିଜ ଗ୍ରାମ ରେ ସମସ୍ତ କାର୍ଯ୍ୟ ହେଉଥିବାରୁ ଖୁସିବ୍ୟକ୍ତ କରିଥିବା ବେଳେ ଆଗକୁ ମଧ୍ଯ ଏହି ସେବା ଯୋଗାଇଦିଆ ଯିବ ବୋଲି ତହସିଲଦାର୍ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.