ସ୍ୱଚ୍ଚ୍ଥ ସର୍ବେକ୍ଷଣ ୨୦୨୧ ନିମନ୍ତେ ପରିମଳ ଓ ବର୍ଯ୍ୟବସ୍ତୁ ପରିଚାଳନା ସକାଶେ ଦକ୍ଷତା ବୃଦ୍ଧି ପାଇଁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ।

0 357

ଯାଜପୁର,ତା ୨୭/୧୧(ପିପିଟି):ଆଜି ଅପରାହ୍ନ ୩ ଘଟିକା ସମୟରେ ଯାଜପୁର ଟାଉନ ସ୍ଥିତ ଗୌତମ ବୁଦ୍ଧ ସଂସ୍କୃତି ଭବନ ଠାରେ ପରିମଳ ଓ ବର୍ଯ୍ୟ ବସ୍ତୁ ପରିଚାଳନା ନିମନ୍ତେ ଏକ ପ୍ରଶିକ୍ଷଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ ଯୋଗଦେଇ ଯାଜପୁର ସହରକୁ ଅଧିକ ସ୍ୱଚ୍ଚ୍ଥ ଓ ସୁସ୍ଥ କରିବା ପାଇଁ ବର୍ତ୍ତମାନ ସମୟ ଆସିଚ୍ଥି ଓ ଏଥିପାଇଁ ଆଜିର ଦିନରେ ସମସ୍ତେ ଶପଥ ନେବାକୁ ଶ୍ରୀ ମଲ୍ଲିକ ଆହ୍ୱାନ ଦେଇଥିଲେ । ସଫେଇ କର୍ମଚାରୀ ଓ ସ୍ୱଚ୍ଚ୍ଥ ସାଥୀମାନେ ଘରକୁ ଘର ବୁଲି ଆବର୍ଜନା ସଂଗ୍ରହ କରିବା ପରେ ସୁ-ବ୍ୟବସ୍ଥିତ ଓ ଉତ୍ତମ ଜ୍ଞାନ କୌଶଳ ମାଧ୍ୟମରେ ପୌର ସଂସ୍ଥା ତରଫରୁ ସେଗୁଡିକରୁ ଖତ ପ୍ରସ୍ତୁତି କରି ବିକ୍ରି କରାଯିବ । ଉପଲବ୍ଧ ଅର୍ଥକୁ କର୍ମଚାରୀଙ୍କ ମଧ୍ୟରେ ବଣ୍ଟାଯାଇ ଅବଶିଷ୍ଟ ଅର୍ଥକୁ ସରକାରଙ୍କୁ ପ୍ରଦାନ କରାଯିବ । ତେଣୁ ସମସ୍ତ ବ୍ୟକ୍ତିବିଶେଷ ଆବର୍ଜନା ଗୁଡିକୁ ନୀଳ ଓ ସବୁଜ ଡବାରେ ପକାଇବା ଉଚିତ । ସ୍ୱଚ୍ଚ୍ଥ ଭାରତର ସ୍ୱପ୍ନ ସାକାର ପାଇଁ ସ୍ୱଚ୍ଚ୍ଥ ସାଥୀ ଓ ସଫେଇ କର୍ମଚାରୀ ମାନଙ୍କର ଅବଦାନ ଅତୁଳନୀୟ । ତେଣୁ ସେମାନଙ୍କ ପାଇଁ ଯାଜପୁର ପୌର ସଂସ୍ଥା ଗର୍ବିତ । ଉଲ୍ଲେଖନୀୟ କର୍ତ୍ତବ୍ୟ ପାଇଁ ସଫେଇ କର୍ମଚାରୀ ମାନଙ୍କୁ ପ୍ରମାଣ ପତ୍ର ଓ ମାସ୍କ ପ୍ରଦାନ କରାଯାଇଥିଲା । ପରେ ପରେ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ମାଗଣାରେ ଔଷଧ ବଣ୍ଟନ କରାଯାଇଥିଲା । ଶେଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମଲ୍ଳିକ ସ୍ୱଚ୍ଚ୍ଥ ରଥକୁ ସହର ପରିକ୍ରମା ନିମନ୍ତେ ଉଦ୍‌ଘାଟନ କରିଥିଲେ । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ସଚିନ ପାୱାର, ମୁନିସିପାଲିଟିର ସ୍ୱାସ୍ଥ୍ୟ ଅଧିକାରୀ ପ୍ରଦୀପ କୁମାର ଖୁଣ୍ଟିଆ, ଓ.ଏସ୍.ଡି. ସୁଦର୍ଶନ ମିଶ୍ର, ଅତିରିକ୍ତ ନିର୍ବାହୀ ଅଧିକାରୀ ଅଜୟ କୁମାର ମହାନ୍ତି, ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି, ସ୍ୱଚ୍ଚ୍ଥ ସାଥୀ, ସପେଂଇ କର୍ମଚାରୀ ପ୍ରମୁଖ ଯୋଗଦେଇଥିଲେ । ସାନିଟେସନ ବିଶେଷଜ୍ଞ ଦେବାଶିଷ ଭୂୟାଁ ଏହାକୁ ସଂଯୋଜନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.