ଉତ୍କଳ ବାଳାଶ୍ରମରେ ପିଲା ମାନଙ୍କୁ ଦୈନିକ ଶିକ୍ଷା ପ୍ରଦାନ ବ୍ୟବସ୍ଥା ।

0 76

ଯାଜପୁର,ତା -୨୫/୧୧(ପିପିଟି) : ଯାଜପୁରର ଉତ୍କଳ ବାଳାଶ୍ରମର ଅନ୍ତେବାସୀ ମାନଙ୍କୁ ସହଯୋଗ ଉଦ୍ଦେଶ୍ୟରେ ଆରମ୍ଭ ହୋଇଚ୍ଥି ଦୈନିକ ଚେତନାଧର୍ମୀ ଏକ କାର୍ଯ୍ୟକ୍ରମ । କେତେଜଣ ସେବା ନିବୃତ ଓ ସେବାରେ ଜଡିତ ଶିକ୍ଷାବିତ୍ ପିଲା ମାନଙ୍କୁ ସଂସ୍କାର, ଅନୁଶାସନ, ଆଚାର ବ୍ୟବହାରର ପ୍ରକ୍ରିୟା ଇତ୍ୟାଦି ସଂପର୍କରେ ଶିକ୍ଷା ପ୍ରଦାନ କରିବେ । ଏହା ସହ ପିଲା ମାନଙ୍କୁ ସେମାନଙ୍କର ଶ୍ରେଣୀ ଅନୁସାରେ ପାଠ୍ୟକ୍ରମକୁ ମଧ୍ୟ ଶିକ୍ଷା ଦେବେ । ଏ ସଂପର୍କରେ ଏକ ବୈଠକ ବାଳାଶ୍ରମ ପରିସରରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଳା ଶିକ୍ଷା ଅଧିକାରୀ କୃଷ୍ଣ ଚନ୍ଦ୍ର ନାୟକଙ୍କ ଅନୁରୋଧ କ୍ରମେ ଅବସରପ୍ରାପ୍ତ ଶିକ୍ଷକ ବିରି ନାରାୟଣ ଧଳ, ଭାଗିରଥି ପାଣି, ଜିଲ୍ଲା ସ୍କୁଲର ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପାତ୍ର, ନିରଂଜନ ସାମଲ, ତୁଷାରକାନ୍ତି ମିଶ୍ର, ଜିଲ୍ଲା ଶିଶୁ ମଙ୍ଗଳ କମିଟି ସଦସ୍ୟ ଶୁଭ୍ରାଂଶୁ ରାୟ ପ୍ରମୁଖ ଯୋଗ ଦେଇଥିଲେ । ପ୍ରାରମ୍ଭରେ ବାଳାଶ୍ରମର ତ୍ୱାବଧାରିକା ସମସ୍ତଙ୍କୁ ସ୍ୱାଗତ କରିବା ସହ ବାଳାଶ୍ରମର ଅନ୍ତେବାସୀଙ୍କ ସୂଚନା ଓ ବିଧି ବ୍ୟବସ୍ଥା ସଂପର୍କରେ ଅବଗତ କରାଇଥିଲେ । ବିଶେଷ କରି କରୋନା ପାଇଁ ଶିକ୍ଷାନୁଷ୍ଠାନ ବନ୍ଦ ଯୋଗୁଁ ପିଲା ମାନଙ୍କୁ ଶୃଙ୍ଖଳିତ ଭାବେ ରଖିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ବ୍ୟାପକ ବିଚାର ବିମର୍ଶ ପରେ ବାଳାଶ୍ରମର ପିଲା ମାନଙ୍କୁ ପ୍ରାଥମିକ ଭାବେ ନୈତିକତାର ଶିକ୍ଷା ସହ ଅନୁପ୍ରାଣିତ ହେବା ଭଳି ବୈଦିକ ଗଳ୍ପ ମାଧ୍ୟମରେ ଶିକ୍ଷା ଓ ସେମାନଙ୍କର ପାଠ୍ୟ ପୁସ୍ତକରେ ଶିକ୍ଷାକୁ ଉପରୋକ୍ତ ଶିକ୍ଷକ ଓ ଶିକ୍ଷାବିତ୍ ମାନେ ନିଶୁଳ୍କ ଭାବେ ପ୍ରଦାନ କରିବେ ବୋଲି ସଂକଳ୍ପ ନେଇଥିଲେ ଏହା ଏକ ସେବା । ଆମର ଉର ପୀଢିକୁ ଉପଯୁକ୍ତ ମାର୍ଗ ଦର୍ଶନ କରିବା ଏକ ପୂଣ୍ୟ ଓ ମହତ କାର୍ଯ୍ୟ ହୋଇପାରିବ ବୋଲି ସମସ୍ତେ କହିଥିଲେ । ପରେ ପିଲା ମାନଙ୍କ ସହ ଆଲୋଚନା ମଧ୍ୟ କରିଥିଲେ । ବୁଧବାର ଠାରୁ ପିଲା ମାନଙ୍କୁ ଶିକ୍ଷାଦାନ ବ୍ୟବସ୍ଥା ଆରମ୍ଭ ହୋଇଚ୍ଥି । ଏହିଭଳି ଏକ ମହତ କାର୍ଯ୍ୟରେ ସହଯୋଗ ପାଇଁ ଆଗେଇ ଆସିଥିବାରୁ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର, ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ସମସ୍ତ ଶିକ୍ଷକ ଓ ଶିକ୍ଷାବିତ୍ ମାନଙ୍କୁ ଧନ୍ୟବାଦ ଜଣାଇଚ୍ଥନ୍ତି ।

Leave A Reply

Your email address will not be published.