ଭଂଜନଗର,୨୪/୧୧(ପିପିଟି); ସ୍ଥାନୀୟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଠାରେ ସାମାଜିକ ଦୂରତ୍ୱକୁ ରକ୍ଷାକରି ସିଦ୍ଧିଦିବସ ପାଳିତ ହୋଇଯାଇଛି। ଏଥି ନିମିତ୍ତ ଆୟୋଜିତ ସଭାରେ ଶିକ୍ଷା କେନ୍ଦ୍ର ସଭାପତି କୃତ୍ତିବାସ ବିଶ୍ବାଳ ଅଧ୍ୟକ୍ଷତା କରିଥିଲେ । ଅଞ୍ଚଳ ସଂଗଠକ ରଘୁନାଥ ପଣ୍ଡା, ସମାଜସେବୀ ଶୂଳପାଣି ଶତପଥି,ଶିକ୍ଷା କେନ୍ଦ୍ର ଅଧକ୍ଷ ବସନ୍ତ କୁମାର ଖାଡ଼ଙ୍ଗା ପ୍ରମୁଖ ମଂଚାସୀନ ଥିଲେ । ସିଦ୍ଧି ଦିବସର ତାପ୍ତର୍ଯ୍ୟ ସମ୍ୱନ୍ଧରେ ଅତିଥି ମାନେ ଆଲୋକପାତ କରିଥିଲେ ସ୍ନେହ ଅପା ଦୁର୍ଗା ସ୍ତୋତ୍ର ପାଠ କରିଥିବା ବେଳେ ଅଧ୍ୟକ୍ଷ ଶ୍ରୀ ଖାଡ଼ଙ୍ଗା କାର୍ଯ୍ୟକ୍ରମ ସଂଚାଳନ କରିଥିଲେ ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )