ଅଜଣା ଗାଡି ଧକ୍କାରେ ଯୁବକର ମୃତ୍ୟୁ ।

0 370

ଭଞ୍ଜନଗର,୨୩/୧୧(ପିପିଟି); ଭଞ୍ଜନଗର ଠାରୁ କୁଲାଡ଼ ରାସ୍ତାର ସାହାଣ ପଲ୍ଲୀ ନିକଟରେ ଅଜଣା ଗାଡି ଧକ୍କାରେ ଲଣ୍ଡେଇ ସାହିର ଶିବ ଶଙ୍କର ବିଷୋୟୀ (୪୫)ଙ୍କର ଆଜି ଅପରାହ୍ନରେ ମୃତ୍ୟୁ ଘଟିଛି।କୌଣସି କାମରେ ଶିବ ବାଇକରେ ନିକଟସ୍ଥ କୁଲାଡ଼ ଗ୍ରାମକୁ ଯାଇ ଫେରୁଥିବା ବେଳେ ସେହି ସ୍ଥାନରେ ଅଜଣା ଗାଡ଼ି ଶିବର ବାଇକକୁ ଧକ୍କା ଦେଇ ଚାଲିଯାଇଥିଲା। ରାସ୍ତାରେ ପଡ଼ି ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକମାନେ ଶିବକୁ ଉଦ୍ଧାର କରି ଭଞ୍ଜନଗର ମେଡ଼ିକାଲ ପଠେଇଥିଲେ।ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠେଇ ତଦନ୍ତ ଆରମ୍ଭ କରିଛି।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.