ରାଷ୍ଟ୍ରୀୟ ଶ୍ରମିକ ଶିକ୍ଷା ଏବଂ ବିକାଶ ବୋର୍ଡ ତରଫରୁ ଅଣସଂଗଠିତ ଶ୍ରମିକ ପ୍ରଶିକ୍ଷଣ କାଯ୍ୟକ୍ରମ ରେଡରୋଜ୍ କ୍ଲବ୍ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି।
ବୋଲଗଡ଼,୨୨/୧୧(ପିପିଟି);ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକର ଦେଉଳିସ୍ଥିତ ରେଡରୋଜ୍ କ୍ଲବ୍ ଆନୁକୂଲ୍ୟରେ ରାଷ୍ଟ୍ରୀୟ ଶ୍ରମିକ ଶିକ୍ଷା ଏବଂ ବିକାଶ ବୋର୍ଡ ତରଫରୁ ଅଣସଂଗଠିତ ଶ୍ରମିକ ପ୍ରଶିକ୍ଷଣ କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ସମ୍ମାନୀତ ଅତିଥି ଭାବେ ଲୋତକ ବିନ୍ଦୁ ପଟ୍ଟନାୟକ, ବିଶ୍ବଜିତ୍ ସ୍ବାଇଁ, ବେଗୁନିଆ ବିଧାୟକ ପ୍ରାର୍ଥୀ ଋଷଭ ନନ୍ଦ, ବିଜେପି ଜିଲ୍ଲା ସଭାପତି ରଶ୍ମିରଞନ ମହାପାତ୍ର, ନିକୁଞ୍ଜ ପଟ୍ଟନାୟକ, ମୁଖ୍ଯ ବକ୍ତା ଭାବେ ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟ ଭୁବନେଶ୍ୱରର ନିର୍ଦ୍ଦେଶିକା ସସ୍ମିତା ଭଟ୍ଟ ପ୍ରମୁଖ ଯୋଗ ଦେଇଥିଲେ। ରେଡରୋଜ୍ କ୍ଲବ୍ ପରିସର ରେ ଅତିଥିମାନେ ବୃକ୍ଷ ରୋପଣ କରିବା ସହିତ ଅସହାୟ ଦିବ୍ୟାଙ୍ଗମାନଙ୍କୁ ଶୀତବସ୍ତ୍ର କମ୍ବଳ ବଣ୍ଟନ କରିଥିଲେ। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ରେଡରୋଜ୍ କ୍ଲବ୍ ର ସଭାପତି ପ୍ରକାଶ ଚନ୍ଦ୍ର ସାହୁ ପରିଚାଳନା କରିଥିବା ବେଳେ କ୍ଲବ୍ ର ଉପଦେଷ୍ଟା ଅଜୟ କୁମାର ସାହୁ ଧନ୍ଯବାଦ ଅର୍ପଣ କରିଥିଲେ। ରେଡରୋଜ୍ କ୍ଲବ୍ ର ସମସ୍ତ ସଭ୍ଯସଭ୍ୟାମାନେ କୋଭିଡ୍ -୧୯ ନିୟମ ପାଳନ କରିବା ସହିତ ମାକ୍ସ ପରିଧାନ କରିଥିଲେ।
(ରିପୋର୍ଟ- ସୁଶାନ୍ତ କୁମାର ପ୍ରଧାନ। )