କବିସୂର୍ଯ୍ଯ ନଗର,୨୨/୧୧(ପିପିଟି); କେନ୍ଦ୍ର ସରକାରଙ୍କ ଜନବିରୋଧି ନୀତି ପ୍ରତିବାଦରେ ବିଭିନ୍ନ ଗଣ ସଙ୍ଗଠନ ପକ୍ଷରୁ ନଭେମ୍ବର ୨୬ ଭାରତ ବନ୍ଦ ପାଇଁ ଡାକରା ଦିଆଯାଇଛି। କବିସୂର୍ଯ୍ଯ ନଗର ଠାରେ ବନ୍ଦକୁ ସଫଳ କରିବା ପାଇଁ ଶ୍ରମିକ ସଙ୍ଗଠନ ପକ୍ଷରୁ ପ୍ରସ୍ତୁତି ବୈଠକ ବନଦେବୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲାର ଶ୍ରମିକ ନେତା ପ୍ରବୀଣ କୁମାର ଦାଶ ଯୋଗ ଦେଇ ଦେଶ ଓ ରାଜ୍ୟ ସମସ୍ୟା ଉପରେ ଆଲୋଚନା କରିଥିଲେ। ଏହି ବୈଠକରେ କୃଷକ ନେତା ସୁଦର୍ଶନ ସ୍ବାଇଁ,ମଜିତ ଖାନ,ମୋରାଜୀ ନାୟକ,ଅଙ୍ଗନୱାଡି କର୍ମୀ ସଂଗଠନ ଜିଲ୍ଲା ସଭାନେତ୍ରୀ ଦମୟନ୍ତି ଦୋରା,ବବିତା ପଣ୍ଡା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
(ରିପୋର୍ଟ- ଉମାଚରଣ ପଟ୍ଟନାୟକ। )