ଶେରଗଡ, ୨୧/୧୧(ପିପିଟି); ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ ବ୍ଳକ ର ନଅ ଗୋଟି ଗ୍ରାମକୁ ନେଇ ଶେରଗଡ ପଞ୍ଚାୟତ ଗଠିତ ଖୋଦ ବ୍ଳକର ହେଡକ୍ବାଟର ପଞ୍ଚାୟତ ହୋଇଥିଲେ ମଧ୍ଯ ତିନିଶହ ପରିବାରକୁ ନେଇ ଗଠିତ କିର୍ତ୍ତିପୁର ଗ୍ରାମକୁ ଏକ ସ୍ଥାୟୀ ରାସ୍ତାଟିଏ ନାହିଁ । ପୁର୍ବରୁ ଗ୍ରାମବାସୀ ନାରାୟଣପୁର ଦେଇ କେନାଲ ପଟେ ଯିବାଆସିବା କରୁଥିଲେ କିନ୍ତୁ ଯେତେବେଳେ ନନ୍ଦିନୀ ନଦୀରେ ପାଣି ଆସିଯାଉଥିଲା ସେତେବେଳେ ଯିବାଆସିବା ଠପ ହେଇଯାଉଥିଲା ।ବର୍ତ୍ତମାନ ତାକରଡା ପଟୁ ଆସୁଥିବା ରାସ୍ତା ମଧ୍ୟ ବନ୍ଦ କାରଣ ଓବିସିସି ର ଦୂରଦୃଷ୍ଟି ଅଭାବ ଯୋଗୁଁ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।କିଛି ପ୍ରଭାବଶାଳି ବ୍ୟକ୍ତିଙ୍କ ସ୍ବାର୍ଥ ରକ୍ଷା ଦୃଷ୍ଟିରୁ ଓବିସିସି ର ଦୁର୍ନୀତି ଖୋର ଅଧିକାରୀଙ୍କ ଯୋଗୁଁ ନା ସେତୁଟି ସମ୍ପୂର୍ଣ୍ଣ ହୋଇପାରୁଛି ନା ଲୋକଙ୍କ ପାଇଁ ପକ୍କା ରାସ୍ତା ଟିଏ ନିର୍ମାଣ ହୋଇପାରୁଛି ଏଥିପାଇଁ ଦାୟୀ କିଏ ? ଏଠାରେ ପ୍ରଶ୍ନ ଉଠିଛୁ ଯେ ଯଦି ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଏପ୍ରକାର ଦୁର୍ଦ୍ଦଶା ତ ସାରା ରାଜ୍ୟର ଅବସ୍ଥା କଣ ହୋଇଥିବ ।ଏଣୁ ଗ୍ରାମବାସୀଙ୍କ ସ୍ବାର୍ଥ ଦୃଷ୍ଟିରୁ ପୂର୍ତ୍ତ ବିଭାଗ ଭଲ ରାସ୍ତା ଟିଏ ନିର୍ମାଣ କରିବା ସହ ଓବିସିସି କୁ ସେତୁଟି ସମ୍ପୂର୍ଣ୍ଣ କରିବା ପାଇଁ ଜମି ଯୋଗାଇ ଦେବା ପାଇଁ ପୂର୍ତ୍ତ ବିଭାଗ କୁ ଗ୍ରାମବାସୀ ଦୃଢ ଦାବୀ କରିଛନ୍ତି ନଚେତ ଠିକାଦାର ସେତୁଟି ଅସମ୍ପୂର୍ଣ୍ଣ ରଖି ଚମ୍ପଟ ମାରିବାର ସମ୍ବାବନା ଅଛି ଏପରି ହୋଇଥିବା ଅନିୟମିତତାର ଭିଜିଲାନ୍ସ ତଦନ୍ତ ସହ ଦୋଷୀ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ସହ ଫାଇବଟି ସଚିବଙ୍କୁ ଗୁହାରି ଜଣାଇଛନ୍ତି ।
(ରିପୋର୍ଟ- ଭିକୁ ନାୟକ। )