ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ ଓ ପ୍ରଶାସନିକ ଦକ୍ଷତା ପାଇଁ ଚର୍ଚ୍ଚାରେ ହିଞ୍ଜିଳି ବିଡ଼ିଓ ।

0 842

ବ୍ରହ୍ମପୁର ୨୧/୧୧(ପିପିଟି) ବହୁ ଦିନ ପରେ ହିଞ୍ଜିଳି ବ୍ଳକରେ ପରିତ୍ୟକ୍ତ ପୋଖରୀର ଉନ୍ନତି କରଣ ଓ ନବୀକରଣ ଦେଖିବାକୁ ମିଳିଛି । ସ୍ଥାନୀୟ ବ୍ଳକ ପରିସର ମଧ୍ୟରେ ଏକ ପୋଖରୀ ପରିତ୍ୟକ୍ତ ଅବସ୍ଥାରେ ବହୁ ବର୍ଷ ଧରି ପଡି ରହିଥିଲା। ପୌର ପରିଷଦ ଓ ବ୍ଳକର ବିଭିନ୍ନ ପଂଚାୟତରେ ପୋଖରୀର ନବୀକରଣ ହୋଇଥିବା ବେଳେ ପଞ୍ଚାୟତ ସମିତି ପରିସରେ ଥିବା ପୋଖରୀଟିକୁ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ପାତ୍ରଙ୍କ ନେତୃତ୍ୱରେ ଏହି ପୋଖରୀର ନବୀକରଣ ହୋଇପାରିଛି । ତାଙ୍କ ପ୍ରଚେଷ୍ଟାରେ ପୋଖରୀର ଦୃଶ୍ୟ ବର୍ତ୍ତମାନ ସୁନ୍ଦରତା ଦେଖିବାକୁ ମିଳିଛି । ସାଧାରଣ ଲୋକେ ବ୍ଳକ ମଧ୍ୟରେ କିଛି କାର୍ଯ୍ୟ ନେଇ ପ୍ରବେଶ କଲାପରେ ପୋଖରୀର ନବୀକରଣ ସୌନ୍ଦର୍ଯ୍ୟକରଣରେ ଦେଖି ଅଟକି ଯାଇ ତାହାର ଭରପୁର ମଜା ନିୟନ୍ତି । ବହୁ ଛାତ୍ରଛାତ୍ରୀ ମାନେ ମଧ୍ୟ ପୋଖରୀର ସୌନ୍ଦର୍ଯ୍ୟ କରଣ କଥା ଶୁଣି ଚାଲି ଆସନ୍ତି ସେଲଫୀ ଫୋଟୋ ସହ କିଛି ସମୟ ମନ ପ୍ରଫୁଲ କରନ୍ତି । ଏହିପରି ମନ ମୁଗ୍ଧ ଓ କାରୁକାର୍ଯ୍ୟ ହୋଇଛି ପୋଖରୀର ଚତୁପାର୍ଶ୍ୱରେ ପଥର ଛପା ଯାଇଛି ଦୁଇ ପାର୍ଶ୍ଵର ପଥର ଉପରେ ସୁନ୍ଦର କାରୁକାର୍ଯ୍ୟ ହୋଇଥିବା କୁମ୍ଭୀର ସତେ ଯେମିତି ଜୀବିତ ଅବସ୍ଥାରେ ପଡି ରହିଥିବା ଜଣାପଡୁଛି । ଚାରିପଟେ ଷ୍ଟିଲ ପାଇପ ସାହାଯ୍ୟରେ ବେଢା ଯାଇଛି ଗୋଟିଏ ପଟେ ପୋଖରୀ ଭିତରକୁ ଯିବା ପାଇଁ ରାସ୍ତା ରଖା ଯାଇଛି । ପୋଖରୀ ଚାରିପଟେ ବିଭିନ୍ନ ରକମର ଫୁଲ ଗଛ ସାଙ୍ଗକୁ ଡିଜାଇନ ଗଛ ଲଗା ଯାଇଛି ।ଅନ୍ୟ ପଟେ ଗୋଟିଏ ହାତୀ ଛୁଆ ରଖାଯାଇଛି ତା ପାଖ ନିକଟରେ କିଛି ହରିଣ ଚାରୁଥିବା ରଖାଯାଇଛି । ଚାରିପାଖରେ ତଳେ ଘାସ ଲଗାଯାଇଛି ।ବ୍ଳକର ପଶ୍ଚିମ ପଟେ ପୋଖରୀ ତଳୁ ପ୍ରାୟ ୭ପୁଟ ରୁ ୮ପୁଟ ଏକ କାନ୍ଥ ଟାଇଲ ଛପା ଯାଇଛି ସେଥିମଧ୍ୟରେ ପଞ୍ଚାୟତ ସମିତି ନାମ ଉଲ୍ଲେଖ କରଯାଇଛି ଏବଂ ମୟୁର କାନ୍ଥ ଦୁଇ ପାଶ୍ୱର୍ରେ ରହିଛି । ସେହି କାନ୍ଥ ତଳ ଭାଗରେ ଉପରେ କିଛି ଆଲୋକ ସହ ପାଣି ସ୍ପ୍ରେ ହୋଉଛି ପୋଖରୀ ଭିତରେ ମଧ୍ୟ୍ୟ ଏକ ପାଣି ଚକ୍ରାକାର ପାଣି ସ୍ପ୍ରେ ସହିତ ଆଲୋକ ମାଳା ଦ୍ବାରା ସୌନ୍ଦର୍ଯ୍ୟକୁ ବୃଦ୍ଧି କରୁଛି । ଯାହା ସନ୍ଧ୍ୟାରେ ଦେଖିବାକୁ ଏକ ସୁନ୍ଦର ପୋଖରୀ ମଧ୍ୟରେ ଆଲୋକ କିରଣ ସୌନ୍ଦର୍ଯ୍ୟ ଦେଖାଦେଉଛି ।ପ୍ରାୟତଃ ମୋ ସରକାର ଅଭିଯାନ ଆରମ୍ଭ ପରଠାରୁ କୋଠା ଉପରେ ଚାଲିଥିବା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସମସ୍ତ କାର୍ଯ୍ୟାଳୟ ଦପ୍ତର ଉପର କୋଠାରୁ ତଳ ଭାଗକୁ ଅଣାଯାଇଛି । ଏହା ପରିବର୍ତ୍ତନ ବୟସ୍କ ଜନସାଧାରଣ ପାଇଁ ଯେଉଁ ମାନେ ନିଜର ଅଭାବ ଅସୁବିଧା ଜଣାଇବାକୁ ଆସି ଅସୁବିଧା ଭୋଗୁଥିଲେ ତାହାର ସମାଧାନ ପାଇଁ ଏକ ପ୍ରକାର ପ୍ରୟାସ ହୋଇଛି ।କେବଳ ସୌନ୍ଦର୍ଯ୍ୟ ପାଇଁ ନୁହେଁ ବ୍ୟକ୍ତିବିଶେଷଙ୍କ ବିଭିନ୍ନ ବିଷୟର ସମାଧାନ ପାଇଁ କାର୍ଯ୍ୟଳୟ ଗୁଡିକରେ ସବୁପ୍ରକାର ପ୍ରଚେଷ୍ଟା କରାଯାଇଛି ।ଏହି କାରଣରୁ କୋଭିଡ ଭଳି ସମୟରେ ମଧ୍ୟ ପ୍ରଶାସନକୁ ଯୋଗାଯୋଗ ରକ୍ଷା କରିବା ରେ ସହଜ ସାଧ୍ୟ ହୋଇପାରିଛି ।ପ୍ରଶାସନିକ କ୍ଷେତ୍ରରେ ବିଗତ ଦିନର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ଼ଃ ଅଜିତ ମିଶ୍ର, ଶୁଭ୍ରାଂଶୁ ମିଶ୍ରଙ୍କ ଭଳି ଚଳଚଞ୍ଚଳ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ପରି ବର୍ତ୍ତମାନର ବିଡ଼ିଓ ହିଞ୍ଜିଳି ପ୍ରଶାସନିକ କ୍ଷେତ୍ରରେ ସାଧାରଣଙ୍କ ପ୍ରିୟ ଓ ଆସ୍ଥା ଭାଜନ ହୋଇପାରିଛନ୍ତି ।
(ରିପୋର୍ଟ-ଅଜିତ କୁମାର ପଟ୍ଟନାୟକ ।)

Leave A Reply

Your email address will not be published.