ଏଆଇଟିୟୁସିର ଶତବାର୍ଷିକୀ ଉତ୍ସବ ପାଳନ।

0 237

ଜଗତସିଂହପୁର,୨୦/୧୧(ପିପିଟି);ଆଜି ଦିଵା ୧୧ ଘଟିକା ସମୟରେ ଏଆଇଟିୟୁସି ଜଗତସିଂହପୁର ଜିଲ୍ଲା ସମ୍ପାଦକ ସୁବାଷ ମହାପାତ୍ରଙ୍କ ସଭାପତିତ୍ୱରେ ଭାରତ ବର୍ଷର ପ୍ରଥମ ଶ୍ରମିକ ସଂଘ ଅଖିଳ ଭାରତ ଶ୍ରମିକ ସଂଘ (ଏଆଇଟିୟୁସି) ର ଶତବାର୍ଷିକୀ ଉତ୍ସବ ଜଗତସିଂହପୁର ସ୍ଥିତ ସୁଇଟ ମଣ୍ଡପରେ ପାଳନ କରାଯାଇଛି ।ଏହି ଉତ୍ସବରେ ଏଆଇଟିୟୁସିର ରାଜ୍ୟ ନେତୃତ୍ୱ ବିଜୟ ଜେନା, ସୁର ଜେନା, ଜିନ୍ମୟୀ ସାହାଣୀ, ଏଚଏମଏସ୍ ର ରାଜ୍ୟ ନେତା ବୀରେନ୍ଦ୍ର ପ୍ରସାଦ ଦାସ, ବିଦ୍ୟୁତ କର୍ମଚାରୀ ସଂଘର ରାଜ୍ୟ ସମ୍ପାଦକ ଯତୀନ୍ଦ୍ର ରାୟ, ଜିଲ୍ଲା ଏଆଇଟିୟୁସି ନେତା ସୋମନାଥ ଗିରି ଓ ସିପିଆଇର ଜଗତସିଂହପୁର ଜିଲ୍ଲା ସମ୍ପାଦକ ଅଭିଜିତ ସାହୁ, ଯୁବ ସଙ୍ଘର ରାଜ୍ୟ ଉପସଭାପତି ସତ୍ୟରଞ୍ଜନ ମହାନ୍ତି ପ୍ରମୁଖ ଯୋଗ ଦେଇ ଏଆଇଟିୟୁସିର ଏହି ୧୦୦ ବର୍ଷର ତ୍ୟାଗ, ସଂଗ୍ରାମ ଓ ପ୍ରତିବଦ୍ଧତାର ଗୌରବମୟ ଇତିହାସ ସମ୍ପର୍କରେ ଆଲୋଚନା କରିବା ସହିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶ୍ରମ ଆଇନ ସଂଶୋଧନ, ନୂତନ କୃଷକ ବିରୋଧୀ ଆଇନ, ନୂତନ ବିଜୁଳି ଆଇନ,ନୂତନ ଶିକ୍ଷା ବିଲ୍ ତଥା ଭାରତୀୟ ରେଳ ବିଭାଗ, ପ୍ରାକୃତିକ ତୈଳ ସଂପଦ ପ୍ରଭୃତିର ଘରୋଇକରଣ ସମେତ ସମସ୍ତ ଜନ ବିରୋଧୀ ସାଧାରଣ ମଣିଷ ବିରୋଧୀ ପଦକ୍ଷେପକୁ ଦୃଢ଼ ସମାଲୋଚନା କରିଥିଲେ ଓ ଆସନ୍ତା ନଭେମ୍ବର ୨୬ ସାଧାରଣ ଧର୍ମଘଟକୁ ସଫଳ କରିବା ପାଇଁ ଆହ୍ୱାନ ଦେଇଥିଲେ । ଏହି ଉତ୍ସବରେ ବିଷ୍ନୁପ୍ରିୟା ଜେନା, ନିର୍ଝରବାଲା ସାହୁ, ଜ୍ୟୋସ୍ନା ସାମଲ, ଅଜୟ ବେହେରା, ରୋଜାଲିନ ଦାଶ ପ୍ରମୁଖ ଯୋଗ ଦେଇଥିଲେଥିଲେ l ସର୍ବଶେଷରେ ପ୍ରେମଲତା ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ ।
(ରିପୋର୍ଟ – ସୁକାନ୍ତ କୁମାର ମହାନ୍ତି ।)

Leave A Reply

Your email address will not be published.