ଭୁବନେଶ୍ବର,୨୦/୧୧(ପିପିଟି);ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୭୫୭ । ବର୍ତ୍ତମାନ ସୁଦ୍ଧା ୫୪,୭୧,୧୮୦ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ କରୋନା ପଜିଟିଭ ୩,୧୨,୫୪୫ ଚିହ୍ନଟ ହୋଇଛନ୍ତି ୩,୦୨,୭୯୬ ଜଣ ସୁସ୍ଥ ହୋଇଥିବା ବେଳେ ୮,୦୮୮ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧,୬୦୮ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ନୂତନ ଆକ୍ରାନ୍ତ ୮୬୮ ଜଣଙ୍କ ମଧ୍ୟରୁ ୪୩୬ କ୍ବାରେଣ୍ଟାଇନ୍ ସେଣ୍ଟର ଓ ୩୨୧ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।