କନ୍ଧମାଳ ଜିଲ୍ଲାରେ ପୋଲିସ୍ ଓ ଅବକାରୀ ବିଭାଗ ଗଞ୍ଜେଇ ଗଛ ନଷ୍ଟ ସୂଚନା ଧର୍ମକୁ ଆଖିଠାର ଭଳି।

0 631

ଫୁଲବାଣୀ, ୧୯/୧୧(ପିପିଟି); କନ୍ଧମାଳ ଜିଲ୍ଲାରେ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ବର୍ତ୍ତମାନ ସ୍ୱତନ୍ତ୍ର ଅନୁଦାନରେ ପ୍ରତ୍ୟେକ ଦିନ ଶହ ଶହ ଏକର ଜମିରେ ଲକ୍ଷ ଲକ୍ଷ ଗଞ୍ଜେଇ ଗଛ ନଷ୍ଟ କରାଯାଉଥିବା ନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଉଥିବା ବେଳେ ବାସ୍ତବ କ୍ଷେତ୍ରରେ ଏହା ଠିକ ନଥିବା ନେଇ ନଷ୍ଟ କରାଯାଉଥିବା ଗାଁ ଗହଳି ଲୋକ ଅଭିଯୋଗ କରିଛନ୍ତି । ଏହି ଅଭିଯାନରେ ସ୍ୱଚ୍ଛତା ଓ ନିରପେକ୍ଷତା ନଥିବା ନେଇ ଅଭିଯୋଗ ହେଉଛି । ଯେଉଁ ଗାଁ ଗୁଡିକରେ ମାଫିଆ ବିଭାଗ ସହ ସମ୍ପର୍କ ରଖି ଚାଷ କରିଛନ୍ତି ସେହି ମାଫିଆଙ୍କ ଗଛ ଗୁଡିକୁ ନଷ୍ଟ କରାଯାଉନଥିବା ବେଳେ କେବଳ ଫୋଟ ଓ ସୂଚନା ଦେଲା ଭଳି ଆଖ ପାଖ ଅଞ୍ଚଳରେ କିଛି ଗଛକୁ ନଷ୍ଟ କରି ଭୁଲ ତଥ୍ୟ ଗଣମାଧ୍ୟମ ଓ ସରକାରଙ୍କୁ ପ୍ରଦାନ କରାଯାଇଛି । ଏହା ଦ୍ୱାରା ବିଭାଗ ସହ ସମ୍ପର୍କ ରଖି ଚାଲିଥିବା ମାଫିଆଙ୍କ ପ୍ରତି ଏହି ଅଭିଯାନ ସୁରକ୍ଷା ବଳୟ ସାଜିଛି । ଅଞ୍ଚଳ ବାସୀ ପ୍ରଶ୍ନ କରିଛନ୍ତି ଅଭିଯାନ ଆରମ୍ଭ କରିବାର କିଛି ଘଣ୍ଟା ମଧ୍ୟରେ ସୀମିତ କର୍ମଚାରୀଙ୍କୁ ନେଇ ଦୁର୍ଗମ ଅଞ୍ଚଳରେ କିଭଳି ଶହ ଶହ ଏକର ଜମିରେ ଲକ୍ଷ ଲକ୍ଷ ଗଛକୁ ନଷ୍ଟ କରାଯାଉଛି ଏହାର ବାସ୍ତବତା ପ୍ରତି ପ୍ରଶ୍ନ ଉଠାଇଛନ୍ତି ଗାଁ ଗହଳିର ବୁଦ୍ଧିଜୀବୀ । ଯଦି ଏହା ସମ୍ଭବ ତେବେ ଅଭିଯାନରେ ସାମିଲ ହୋଇଥିବା ଅଧିକାରୀ ଓ କର୍ମଚାରୀ ଦେବତା ନଚେତ ଭୂତ ହୋଇଥିବେ ବୋଲି ଆକ୍ଷେପ କରିଛନ୍ତି ଏହି ବୁଦ୍ଧିଜୀବୀ । ପୁଣି ପ୍ରଶ୍ନ କରୁଛନ୍ତି ଗଛ ଲଗାଇବାଠାରୁ ଗଛ ପରିପକ୍ଵ ହେବା ପାଇଁ ଚାରିରୁ ପାଞ୍ଚ ମାସ ସମୟ ଲାଗୁଛି ଏହା ମଧ୍ୟରେ ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ନ ନେଇ ଗଛ ବଢିବା ପାଇଁ କାହିଁକି ସୁଯୋଗ ସୃଷ୍ଟି କରୁଛି ଓ ପରିପକ୍ଵ ସମୟରେ ଏହି କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବା ଓ ମିଡ଼ିଆ , ସରକାରଙ୍କୁ ଭୁଲ ତଥ୍ୟ ପ୍ରଦାନ ପଛରେ ଉଦେଶ୍ୟ କଣ ? ଯେଉଁ ଅଭିଯୋଗ ଉଠୁଛି ସରକାରଙ୍କ ଠାରୁ ସ୍ୱତନ୍ତ୍ର ଅନୁଦାନ ଆଣିବା , ମାଫିଆଙ୍କ ଠାରୁ ଭୟ ସୃଷ୍ଟି କରି ଅର୍ଥ ଆଦାୟ କରିବା ଏହା ଏକ ମାତ୍ର ଲକ୍ଷ ନୁହେଁ ତ ? ସରକାର ଯଦି ପ୍ରକୃତରେ ଗଞ୍ଜେଇ ଚାଷକୁ ବନ୍ଦ କରିବା ପାଇଁ ଚାହୁଁଛନ୍ତି ତେବେ ସ୍ୱତନ୍ତ୍ର ଗୁଇନ୍ଦା ସଂସ୍ଥା ଦ୍ୱାରା ତଥ୍ୟ ସଂଗ୍ରହ କରି ସ୍ୱତନ୍ତ୍ର ସ୍କୁଆଡ଼ ନିୟୋଜିତ କରି ଏହାକୁ ଦମନ କରିବା ଆବଶ୍ୟକ ଓ ଯେଉଁ ଜମିରେ ଚାଷ ହେଉଛି ସେହି ବିଭାଗର ଦାଇତ୍ୱରେ ଥିବା କର୍ମଚାରୀଙ୍କୁ ଏନେଇ ଉତ୍ତର ଦାୟୀ କଲେ ନିଶ୍ଚିତ ଏଥିରେ ରୋକ ଲାଗିବ । କେବଳ ଗଛ ନଷ୍ଟ କରିବା ସୂଚନା ଦେଇ କୌଣସି ଅଭିଯୁକ୍ତଙ୍କୁ ଚାଷ କରିବା ନେଇ ଗିରଫ ନ କରିବା ଏହା ଅନ୍ୟ ଏକ ରହସ୍ୟ ।ଏସବୁକୁ ଦୃଷ୍ଟି ନ ଦେଇ ଜିଲ୍ଲାରେ କୋଟି କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ ସୂଚନା ପ୍ରଦାନ ଧର୍ମକୁ ଆଖିଠାର ବୋଲି ଜିଲ୍ଲାର ବୁଦ୍ଧିଜୀବୀ ମତ ରଖିଛନ୍ତି ।

(ରିପୋର୍ଟ- ଶିବାନନ୍ଦ ପଟ୍ଟନାୟକ। )

Leave A Reply

Your email address will not be published.