ଜଗତସିଂହପୁର ଜିଲ୍ଲାର ୫ଟି ବ୍ଲକରେ ନୂତନ ଶିକ୍ଷା ଅଧିକାରୀ ନିଯୁକ୍ତ ।

0 362

ଜଗତସିଂହପୁର,୧୯/୧୧(ପିପିଟି); ଜଗତସିଂହପୁର ଜିଲ୍ଲାରେ ଥିବା ୮ଟି ବ୍ଲକ ମଧ୍ୟରୁ ୬ଟି ବ୍ଲକରେ ନିୟମିତ ଶିକ୍ଷା ଅଧିକାରୀ ନଥିବା ସମୟରେ ରଘୁନାଥପୁର ଓ ନାଉଗାଁ ବ୍ଲକରେ ନିୟମିତ ଅଧିକାରୀ ଥିଲେ । ଗଣଶିକ୍ଷା ବିଭାଗ ପକ୍ଷରୁ ୧୬ ତାରିଖରେ ପ୍ରକାଶିତ ୧୬୬୪୯ ବିଜ୍ଞପ୍ତି ଅନୁସାରେ ରାଜ୍ୟର ୬୨ଜଣ ସହ ଶିକ୍ଷା ଅଧିକାରୀ ପଦୋନ୍ନତି ପାଇ ଶିକ୍ଷା ଅଧିକାରୀ ହୋଇଛନ୍ତି । ସେଥିମଧ୍ୟରୁ ଜଗତସିଂହପୁର ଜିଲ୍ଲାର ୫ଟି ବ୍ଲକ ପାଇଁ ୫ଜଣ ଶିକ୍ଷା ଅଧିକାରୀ ଏରସମା ବ୍ଲକ ପାଇଁ ଗୋଲେଖ ପ୍ରଧାନ , ବାଲିକୁଦା ବ୍ଲକ ପାଇଁ ବାଇଧର ତ୍ରିପାଠୀ , କୁଜଙ୍ଗ ବ୍ଲକ୍ ପାଇଁ ଅତୁଲ୍ୟ ନନ୍ଦ ପ୍ରଧାନ, ତିର୍ତ୍ତୋଲ ବ୍ଲକ୍ ପାଇଁ ସୁଷମା ମଲ୍ଲିକ ଓ ବିରିଡ଼ି ବ୍ଲକ ପାଇଁ ବିଜୟ କୁମାର ସେନାପତି ନୂଆ ନିଯିକ୍ତି ପାଇଥିବା ଜଣାପଡିଛି। ଏବେ ଜିଲ୍ଲାର ୮ଟି ବ୍ଲକ ମଧ୍ୟରୁ ସାତ ବ୍ଲକରେ ଶିକ୍ଷା ଅଧିକାରି ଅବସ୍ଥାପିତ ହେବା ସମୟରେ ଜିଲ୍ଲାର ସଦରମହକୁମାରେ ଭାରପ୍ରାପ୍ତ ଶିକ୍ଷା ଅଧିକାରୀ କାର୍ଯ୍ୟ କରିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଠି କରିଛି। ଏମିତିକି ବାଲିକୁଦା ସରକାରୀ ହାଇସ୍କଲର ପ୍ରଧାନ ଶିକ୍ଷକ ଗଣେଶ ସେଠି ଜଗତସିଂହପୁର ବ୍ଲକ ଶିକ୍ଷା ଅଧିକାରୀ ଦାୟିତ୍ୱ ନିର୍ବାହ କରୁଛନ୍ତି ।

(ରିପୋର୍ଟ- ପ୍ରତାପ କୁମାର ସିଂହ। )

Leave A Reply

Your email address will not be published.