ଫାଣ୍ଡି ସମ୍ମୁଖରୁ ପାଞ୍ଚଟି ଦୋକାନରୁ ସିରିଜ ଚୋରି ।

0 346

ଉଲୁଣ୍ଡା,୧୬/୧୧(ପିପିଟି); ସୁବର୍ଣ୍ଣପୁର ଜିଲ୍ଲା ହିକୁଡି ଫାଣ୍ଡି ସାମ୍ନାରୁ ଏକାଥରକେ ପାଞ୍ଚଟି ଦୋକାନରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଗତ ବିଳମ୍ବିତ ରାତ୍ରିରେ ଏହି ଦୋକାନ ମାନଙ୍କରୁ ଜଣେ ଚୋର ତାଲା ଭାଙ୍ଗି ଚୋରି କରି ନେଇଥିବାବେଳେ ସ୍ଥାନୀୟ ଲୋକେ ଚୋରକୁ କାବୁ କରି ପୋଲିସକୁ ହସ୍ତାନ୍ତର କରିଛନ୍ତି । ସୂଚନାନୁଯାୟୀ ବୌଦ୍ଧ ଜିଲା କଣ୍ଟାମାଲ ଥାନା ଅଇଁଲାଚୁଆଁ ଗ୍ରାମର ସୁଶାନ୍ତ କର୍ମୀ ଚୋରି ସାମଗ୍ରୀ ସହ ସୋନପୁର ବ୍ଲକ ଛକରୁ ସମ୍ବଲପୁର ଯାଉଥିବା ଏକ ବସରେ ଯାଉଥିବା ସମୟରେ ସ୍ଥାନୀୟ ଲୋକ ସନ୍ଦେହରେ କାବୁ କରି ପୋଲିସକୁ ହସ୍ତାନ୍ତର କରିଛନ୍ତ ।ସୁଶାନ୍ତର ରବିବାର ସନ୍ଧ୍ୟା ସମୟରେ ହିକୁଡି ଛକରେ ବୁଲାବୁଲି କରୁଥିବାର ସ୍ଥାନୀୟ ଲୋକ ଦେଖିଥିଲେ । ପରେ ଛକରୁ ଚୋରି ହୋଇଥିବା ଜଣାପଡିବ ପରେ ସୁଶାନ୍ତ କର୍ମୀ ହିଁ ଚାରି କରିଥିବା ଲୋକଙ୍କ ମନରେ ସନ୍ଦେହ ହୋଇଥିଲା ।ପରେ ସୁଶାନ୍ତକୁ କାବୁ କରି ଚାରି ସାମଗ୍ରୀ ଜବତ କରିବା ସହ ଅଧିକ ପଚରା ଉଚୁରା ପାଇଁ ପୋଲିସ ଅଟକ ରଖିଛି ।ତେବେ ଏହିସବୁ ଘଟଣା ଫାଣ୍ଡି ସମ୍ମୁଖରେ ଘଟିଥିବାବେଳେ ପୋଲିସ ର ସୁରକ୍ଷା ବ୍ୟବସ୍ଥା ଉପରେ ସାଧାରଣ ଲୋକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

(ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ ।)

Leave A Reply

Your email address will not be published.