କେନାଲ ସାହି ଛକରେ ଦୁଇ ବାଇକ ମୁହାଁମୁହିଁ,୩ଆହତ ।

0 358

ଭଞ୍ଜନଗର,୧୪/୧୧(ପିପିଟି); ଆଜି ସନ୍ଧ୍ୟା ସାଢ଼େ ଛଅଟା ସମୟରେ ଭଞ୍ଜନଗର କେନାଲ ସାହି ଛକରେ ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହେବା ଯୋଗୁଁ ୩ଜଣ ଗୁରୁତର ଆହତ ହୋଇଛନ୍ତି। ଗଣ୍ଡି ଶୁଳା ଗ୍ରାମର କୃଷ୍ଣ ଦାସର ବାଇକ ସହ ଅନ୍ୟ ବାଇକରେ ଥିବା କଇଣ୍ଡି ଗ୍ରାମର ନାରାୟଣ ଭୂୟାଁ ଓ ମାଲ ସାହିର ସାଗର ରାଓ ସହ ଧକ୍କା ହୋଇଥିଲା।ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ଓ ପୋଲିସ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିଲେ। ଗୁରୁତର ମାନଙ୍କୁ ବ୍ରହ୍ମପୁର ମେଡ଼ିକାଲକୁ ପଠାଯାଇଛି।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.