ପୋଲସରା, ତା:୦୮/୧୧(ପିପିଟି); ଦକ୍ଷିଣ ଘୁମୁସର ବନ ଖଣ୍ଡ ଅଧିକାରୀ ସତ୍ୟ ନାରାୟଣ ବେହୁରାଙ୍କ ନିର୍ଦେଶ ମତେ ପୋଲସରା ବନାଞ୍ଚଳ ଅଧିକାରୀ ସଚିନ କୁମାର ପ୍ରଧାନଙ୍କ ନେତୃତ୍ୱରେ ଏକ ନମ୍ବର ବିହନ ଟ୍ରାକ୍ଟର ସହ ଆଠ ଗୋଟି ଶାଗୁଆନ ଗଣ୍ଡି ୧୪.୩୨ ଫୁଟ ଜବତ କରାଯାଇଛି। ଏଥି ସହ ଚାରି ଜଣ ଆସାମୀକୁ ଗିରଫ କରାଯାଇଛି।ପୋଲସରା ବନାଞ୍ଚଳ ଅଧିକାରୀଙ୍କ ବୟାନ ଅନୁସାରେ ବଘାଡ଼ି ଗ୍ରାମର ବାମନ ସାହୁ ତିନି ସହଯୋଗୀଙ୍କୁ ସାଙ୍ଗରେ ନେଇ ବର୍ତ୍ତୀନି କଲେଜ ପଛପାଖରେ ସଡ଼କ ଯୋଗେ ଜଙ୍ଗଲରୁ ପୁରୁଣା ଫ୍ଲେଟେସନ ଶାଗୁଆନ ଗଛ କାଟି ଟ୍ରାକ୍ଟରରେ ଲୋଡ଼ କରି ଅଣୁଥିବା ସମୟରେ ଆସାମୀ ମାନଙ୍କୁ ଷ୍ଟାଫ ଗିରଫ କରିଥିଲେ। ପୋଲସରା ବନାଞ୍ଚଳରେ କେସ ନଂ ୧୭୬ ରେ ମାମଲା ରୁଜ୍ଜୁ କରାଯାଇଛି। ଏହି ଚଢ଼ାଉରେ ଫରେଷ୍ଟର ସୁକାନ୍ତ କୁମାର ପଟ୍ଟନାୟକ, ରାଜେଶ କୁମାର ନାୟକ, ଫରେଷ୍ଟ ଗାର୍ଡ ରମାକାନ୍ତ ହୋତା ଅନ୍ୟାନ୍ୟ ପାରା ସ୍କୁୱାର୍ଡ କର୍ମଚାରୀ ଭାଗ ନେଇଥିଲେ।
(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା ।)