ବ୍ରହ୍ମାକୁମାରୀସ୍ ଗୋବରା ଉପ ଶାଖା କେନ୍ଦ୍ରରେ ବିଭିନ୍ନ ପ୍ରତିଯୋଗିତା ।

0 259

ବେଲଗୁଣ୍ଠା,୦୮/୧୧(ପିପିଟି);ରାଜ ଯୋଗିନୀ ମଞ୍ଜୁ ଏବଂ ମାଳାଙ୍କ ସହଯୋଗରେ ଈଶ୍ଵରୀୟ ବିଦ୍ୟାଳୟ ବ୍ରହ୍ମପୁର ସବ୍ ଜୋନ୍ ପକ୍ଷରୁ ଆସନ୍ତା ଶିଶୁ ଦିବସ ତଥା ବିଶ୍ୱ ମଧୂମେହ ଦିବସ ଲାଗି ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ପାଇଁ ଗୋବରା ବ୍ରହ୍ମା କୁମାରୀସ୍ ଗୋବରା ଉପ ସେବା କେନ୍ଦ୍ର ଠାରେ ଛଅ ଜଣ କୁନି ଛାତ୍ର ଛାତ୍ରୀଙ୍କୁ ଚୟନ କରାଯାଇ ବ୍ରହ୍ମପୁର ଜିଲ୍ଳା ସ୍ତରୀୟ ପ୍ରତିଯୋଗିତା ପାଇଁ ନାମ ସୁପାରିଶ୍ କରାଗଲା । ଆଜି ଅନୁଷ୍ଠିତ ଚୟନ ପ୍ରତିଯୋଗିତାରେ ବିଚାରପତି ରୂପେ କ୍ଷତ୍ରୀୟବରପୁର ଆଞ୍ଚଳିକ ମହାବିଦ୍ୟାଳୟ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ସାମଲ୍ ଏବଂ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ଅଧ୍ୟକ୍ଷ ଅନାମ ଚରଣ ବେହେରା ଯୋଗ ଦେଇଥିଲେ । ଗୋବରା ଉପ ଶାଖା ସଞ୍ଚାରିକା ବ୍ରହ୍ମା କୁମାରୀ ଯାଜ୍ଞସେନୀ ପ୍ରତିଯୋଗିତାକୁ ସଂଯୋଜନା କରିଥିଲେ । ପ୍ରବନ୍ଧରେ ମୁକେଶ ଗୌଡ଼, ବକ୍ତୃତାରେ ଶୁଭମ୍ ପାଣିଗ୍ରାହୀ, ପାୟଲ ନାୟକ, ସଙ୍ଗୀତରେ ପୁଷ୍ପାଞ୍ଜଳୀ ରଣା, ନୃତ୍ୟରେ ରୋଶ୍ନି ରାଣୀ ରଣା ଏବଂ ସରିତା ସାହୁଙ୍କୁ ଚୟନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଉପ ଶାଖା କେନ୍ଦ୍ରର ବିକାଶ୍ ଭାଇ, ଭଗିନୀ ସନ୍ଧ୍ୟା ସନ୍ତୋଷିନୀ ସହଯୋଗ କରିଥିଲେ । ଅନ୍ ଲାଇନ ମାଧ୍ୟମରେ ସବ୍ ଜୋନ୍ ସ୍ତରୀୟ ପ୍ରତିଯୋଗିତା ହୋଇ ଆସନ୍ତା ୧୫ ତାରିଖରେ ଶ୍ରେଷ୍ଠ ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯିବ ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.