ବନ ବିଭାଗ ଦୁଇ କର୍ମଚାରୀଙ୍କ ଘରେ ଭିଜିଲାନ୍ସ ଚଢାଉ।

0 736

ବ୍ରହ୍ମପୁର,୦୬/୧୧(ପିପିଟି); ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ବନଖଣ୍ଡ କାର୍ଯ୍ୟାଳୟ ଜୁନିୟର ଆକାଉଣ୍ଟାଣ୍ଟ ସୂର୍ଯ୍ୟ ନାରାୟଣ ତ୍ରିପାଠୀଙ୍କ   ଘର ସମେତ ଚାରୋଟି ସ୍ଥାନରେ ଚଢାଉ କରାଯାଇଛି।କେଶ ନଂ ୦୫/୨୦ ଅନୁଯାୟୀ  କମାପଲ୍ଲୀ ନିକସ୍ଥ ନୃସିଂହ ମନ୍ଦିର ସାହିରେ ଥିବା ତିନି ମହଲା ଘର,ପୈତୃକ ଘର,ଆଶିୟାନ ଆପାର୍ଟମେଣ୍ଟ ଆଙ୍କୁଲି ଓ ବ୍ରହ୍ମପୁର କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢାଉ କରି ଯାଞ୍ଚ କରୁଛି। ସେହିପରି ୱାଇଲ୍ଡ ଲାଇଫ୍ ଚିଲିକା ବନଖଣ୍ଡର ଜୁନିୟର ଆକାଉଣ୍ଟାଣ୍ଟ ନବୀନ ବିଷୋୟୀଙ୍କ ଘର ସମେତ ତିନୋଟି ସ୍ଥାନରେ ଚଢାଉ ଚାଲିଛି। କେଶ ନଂ ୦୪/୧୧ ଅନୁଯାୟୀ ବ୍ରହ୍ମପୁର ସ୍ଥିତ ନିଳାଞ୍ଚ ନଗର ୩ଲାଇନ୍ ରେ ଥିବା ତୃତୀୟ ମହଲା ଘର,କାର୍ଯ୍ୟାଳୟ ଓ ସରକାରୀ ବାସଗୃହରେ ଭିଜିଲାନ୍ସ ଚଢାଉ ସହିତ ଯାଞ୍ଚ ଚାଲିଥିବା ନେଇ ବ୍ରହ୍ମପୁର ଭିଜିଲାନ୍ସ ଏସପି ଅନୀଲ ପାତ୍ର ସୂଚନା ଦେଇଛନ୍ତି।

Leave A Reply

Your email address will not be published.