ଯାଜପୁର,୦୪/୧୧(ପିପିଟି);ସରକାରୀ ଯୋଜନା ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଦଳର ଯୁବକମାନେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି ପୁର୍ବତନ ଅର୍ଥମନ୍ତ୍ରୀ ତଥା ବିଜେଡି ଦଳର ଉପସଭାପତି ପ୍ରଫୁଲ ଚନ୍ଦ୍ର ଘଡ଼ାଇ। ଯୁବ,ମହିଳା,ଛାତ୍ର ସଂଗଠନ କର୍ମକର୍ତ୍ତା ନିୟମିତ ବୈଠକ କରି ଲୋକଙ୍କ ସମସ୍ୟାର ସମାଧାନ କରିବା ଉଚିତ। ଏହାସହ ସଂଗଠନକୁ କିପରି କ୍ରିୟାଶୀଳ କରାଯିବ ସେ ସଂପର୍କରେ ସୁକିନ୍ଦା ବ୍ଲକ ୩୯ ନମ୍ବର ଜୋନର ବିଜେଡି କର୍ମକର୍ତ୍ତାଙ୍କ ସହ ଭିଡିଓ କନ୍ଫରେନ୍ସ ମାଧ୍ୟମରେରେ ଚର୍ଚ୍ଚା କରିଛନ୍ତି ପ୍ରଫୁଲ ଘଡ଼ାଇ।