ବିଦ୍ଯୁତ ଦର ବୃଦ୍ଧି, କୃଷି ଓ ଶ୍ରମିକ ବିରୋଧୀ ଆଇନ ବୃଦ୍ଧି ବିରୁଦ୍ଧରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା।

0 272

ରାୟଗଡା,୦୪/୧୧(ପିପିଟି);ବିଦ୍ୟୁତ ଦର ବୃଦ୍ଧି, କୃଷକ ଓ ଶ୍ରମିକ ବିରୋଧି ଆଇନ ବିରୁଦ୍ଧରେ ୩,୪ ଓ ୫ ତାରିଖରେ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା ଓ ବିକ୍ଷୋଭ। ରାୟଗଡା ଜିଲ୍ଲା ସଦରମହକୁମା ଠାରେ କଂଗ୍ରେସ ସମର୍ଥିତ ବିଭିନ୍ନ ଶ୍ରମିକ ସଂଗଠନ ଜିଲାପାଳଙ୍କ ଅଫିସ ସମ୍ମୁଖରେ ଏକତ୍ରିତ ହୋଇ ବିକ୍ଷୋଭ ଓ ଧାରଣାରେ ବସିଥିଲେ।ରାଜ୍ୟ ସରକାର ୟୁନିଟ ପିଛା ୨୦ ପଇସା ବୃଦ୍ଧି, ବିଦ୍ୟୁତବଣ୍ଟନ ବ୍ୟବସ୍ଥାକୁ ଘରୋଇକରଣ କଲାବେଳେ କର୍ମଚାରୀଙ୍କ ସ୍ଥାୟୀତ୍ୱ, ସୁରକ୍ଷା,ସ୍ୱାସ୍ଥ୍ୟ, ମଜୁରୀ ଓ ବୋନସ ପାଇଁ କୋୖଣସି ବ୍ୟବସ୍ଥା ନ କରିବା ଏବଂ କୋଭିଡ୍ ୧୯ରେ ମୃତ୍ୟୁବରଣ କରିଥିବା ଶ୍ରମିକଙ୍କୁ କରୋନା ଯୋଦ୍ଧା ଘୋଷଣା ନକରିବା ତଥା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଘୋଷିତ କ୍ଷତିପୂରଣ ନଦେବାରୁ ଓଡ଼ିଶା ରାଜ୍ୟ ରାଷ୍ଟ୍ରୀୟ ମଜଦୂର କଂଗ୍ରେସ ଦୃଢ଼ ପ୍ରତିବାଦ କରିଛି।ସେହିପରି ଦୁର୍ଘଟଣାରେ ପ୍ରାଣ ହରାଇଥିବା କର୍ମଚାରୀଙ୍କୁ ଆବଶ୍ୟକ କ୍ଷତିପୂରଣ,ଆଇଟିଆଇ ପ୍ରଶିକ୍ଷିତ କର୍ମଚାରୀ ଓ ଏନଏମଆର ଠିକା କର୍ମଚାରୀଙ୍କ ମଜୁରୀ ବୃଦ୍ଧି ଏବଂ ସ୍ଥାୟୀ କରିବାକୁ ଦାବି କରିଥିଲେ।ଅନ୍ୟ ରାଜ୍ୟରେ ପଞ୍ଜିକୃତ କର୍ମଚାରୀଙ୍କୁ ୧୦୦୦୦ଟଙ୍କା ମିଳୁଥିବା ବେଳେ ରାଜ୍ୟ ସରକାରଙ୍କ ଘୋଷିତ ୧୫୦୦ଟଙ୍କା ସବୁ କର୍ମଚାରୀଙ୍କୁ ମିଳିପାରିନାହିଁ। ଜିଲ୍ଲା ଶ୍ରମ ନିୟୋଜନ ଅଫିସରେ ଦୀର୍ଘଦିନ ଧରି ପଡି ରହିଥିବା ମୃତ୍ୟୁକାଳୀନ କ୍ଷତିପୂରଣ, ସାଇକେଲ ଓ ନିରାପତ୍ତା ସାମଗ୍ରୀ ତୁରନ୍ତ ଯୋଗାଇବାକୁ ଦାବୀ ହୋଇଥିଲା। ସମସ୍ତ ନିର୍ମାଣ ଶ୍ରମିକଙ୍କୁ ଭବିଷ୍ୟ ନିଧି ଓ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟବୀମାରେ ଅନ୍ତର୍ଭୁକ୍ତ କରିବା ଓ ନିର୍ମାଣ ପ୍ରୋଜେକ୍ଟରେ କାମ କରୁଥିବା ଶ୍ରମିକଙ୍କୁ ବୋର୍ଡ ରେଜିଷ୍ଟ୍ରେସନ ବାଧ୍ୟତାମୂଳକ କରିବା ଆବଶ୍ୟକ।କେନ୍ଦ୍ର ସରକାର ୪ଟି ଲେବର କୋଡ଼ ପାସ କରିବା ହେତୁ ଶ୍ରମିକ ମାନେ ପାଇଥିବା ଅଧିକାରରୁ ବଂଚିତ ହେବେ ଏହାଦ୍ବାରା ମାଲିକ ମାନେ ମନ ଇଚ୍ଛା ଶୋଷଣ କରି ଛଟେଇ କରିବାର ଅଧିକାର ପାଇଯିବେ।ରାଜ୍ୟ ସରକାର ୮ ଘଣ୍ଟାରୁ ୧୨ ଘଣ୍ଟା କାର୍ଯ୍ୟ ନିର୍ଘଣ୍ଟ କରିବା ଦ୍ୱାରା ଏକ ତୃତୀୟାଂଶ ଶ୍ରମିକ ଜୀବିକା ହରାଇବେ,ତେଣୁ ତୁରନ୍ତ ଏହି ଆଇନ ବାତିଲ କରିବାକୁ ମତ ପ୍ରକାଶ କରିଥିଲେ।ଲାଭରେ ଚାଲୁଥିବା ସରକାରୀ ଉଦ୍ୟୋଗରୁ ଅଂଶଧନ ପ୍ରତ୍ୟାହାର ଏବଂ ବିକ୍ରୟ କରି ପୁଞ୍ଜିପତିଙ୍କ ହାତରେ ଟେକିଦେବା ଯୋଜନା ବନ୍ଦ କରିବାକୁ ପଡିବ ବୋଲି ଉପସ୍ଥିତ ରାଜ୍ୟ ସମ୍ପାଦକ ଭବାନୀ ଶଙ୍କର ଜେନା, ବିଦ୍ୟୁତ କର୍ମଚାରୀ ସଂଘ ସଭାପତି ଦୀନବନ୍ଧୁ ମହାନ୍ତି, ଯୁଗ୍ମ ସମ୍ପାଦକ ପ୍ରଫୁଲଚନ୍ଦ୍ର ମହାପାତ୍ର ଏବଂ କର୍ମକର୍ତ୍ତା ବିଜୟ କୁମାର ରାଉଳ,ରୁନାକୁମାର ନାୟକ, ସନ୍ତୋଷ କୁମାର ଦାସ ଏବଂ ଏମ. ଶଙ୍କର ନାଇଡୁ ଚେତାବନୀ ଦେଇଛନ୍ତି ନଚେତ ଅଗାମିଦିନରେ ପୁଞ୍ଜିପତିଙ୍କୁ ଅନୁକମ୍ପା ଦେଖାଉଥିବା ସରକାରଙ୍କୁ ଏହାର ପରିଣାମ ଭୋଗିବାକୁ ପଡ଼ିବ।

(ରିପୋର୍ଟ-ନବୀନ ଚନ୍ଦ୍ର ନାୟକ ବେହେରା)

Leave A Reply

Your email address will not be published.