ବୋଲଗଡ଼,୦୩/୧୧(ପିପିଟି); ଚିନ୍ତାବଢାଉଛି ପରିବାଦର ଯେଉଁ ପନିପରିବା ରେ ହାତ ମାରିବେ କିଗ୍ରା ପିଛା ୫୦ଟଙ୍କା ରୁ ଅଧିକ ବର୍ତ୍ତମାନ କାର୍ତ୍ତିକ ମାସ ଚାଲୁ ଥିବାବେଳେ ଓ ଆଗକୁପଞ୍ଚୁକ ଆସୁଥିବାରୁ ସମସ୍ତଙ୍କ ଘରେ ନିରାମିଷ ଭୋଜନ ପାଇଁ ପନିପରିବା ନିତ୍ୟାନ୍ତ ଆବଶ୍ୟକ। ପରିବାଦର ବହୁ ମାତ୍ରାରେ ବୃଦ୍ଧି ହେଉ ଥିବାରୁ ଖାଉଟିଙ୍କ ଚିନ୍ତା ବଢିଯାଇଛି। ଖାଉଟି ପରିବା ଦର ଶୁଣି ମୁଁହ ଫେରାଇ ନେଉଛନ୍ତି। ଦେଖିବାକୁ ଗଲେ ଆଳୁ କିଗ୍ରା ପିଛା୪୦ରୁ୪୫ଟଙ୍କା, ପିଆଜ କିଗ୍ରା ପିଛା ୭୦ଟଙ୍କା, ଟମାଟ କିଗ୍ରାପିଛା ୪୦ ରୁ ୬୦ଟଙ୍କା, ବାଇଗଣ କିଗ୍ରାପିଛା ୫୦ଟଙ୍କା ବିନ୍ ୬୦ଟଙ୍କା,କାଙ୍କଡ ୬୦, କଲରା୫୫, ଝୁଲଣ ୬୦,କଞ୍ଚାକଦଳୀ ଏକଟାକୁ ୧୦ଟଙ୍କା ,ଶାଗବିଡା କୁ୨୦ଟଙ୍କା, ଧନିଆପତ୍ର ବିଡା ୪୦ଟଙ୍କା, ଗୁଆଁର ୬୦ଟଙ୍କା ଓ ଛତୁ କିଗ୍ରାପିଛା ୨୪୦ଟଙ୍କା ରହିଛି। ବେପାରୀଙ୍କ କହିବା ଅନୁସାରେ ଗୋଦାମରରୁ ଯେହେତୁ ଚଢାଦରରେ କିଣୁଛନ୍ତି ସେହି ଅନୁସାରେ ଆମେ କିଣାକୁନେଇ ଆମେ ବିକୁଛୁ। ଏହା ଦେଖିବାକୁ ମିଳିଛି ଯେ ଖାଉଟି ମାନେ ଯାହା ଆଗରୁ କିଗ୍ରା ପିଛା ନେଉଥିଲେ ବର୍ତ୍ତମାନ ସମୟରେ ଅଢେଇଶଗ୍ରାମ୍ ନେବାକୁ ବି ଭୟକଲେଣି। ଦେଖିବାକୁ ଗଲେ ପରିବାଦର ଖାଉଟିଙ୍କୁ କାନ୍ଦାଉଛି।ଏହି କରୋନା ମହାମାରୀ ପରିସ୍ଥିତିରେ ପନି ପରିବା ଦର ଖାଉଟିଙ୍କ ପେଟକୁ ନାତ ମାରିବା ସଦୃଶ ହେଲାଣି।
(ରିପୋର୍ଟ- ସୁଶାନ୍ତ କୁମାର ପ୍ରଧାନ। )