କରୋନାରୁ ସୁସ୍ଥ ହେଲେ ପୂର୍ବତନ ସାଂସଦ ନିତ୍ୟାନନ୍ଦ ଓ ତାଙ୍କ ପତ୍ନୀ ।

0 666

ସାନଖେମୁଣ୍ଡି, ୦୨/୧୧(ପିପିଟି); ଗଞ୍ଜାମ ଜିଲ୍ଲାର ବର୍ଷିଆନ ଜନନେତା ତଥା ପୂର୍ବତନ ବିଧାୟକ ,ପୂର୍ବତନ ଆସିକା ସାଂସଦ ନିତ୍ୟାନନ୍ଦ ପ୍ରଧାନ ଓ ତାଙ୍କ ସହଧର୍ମିଣୀ କମଳିନୀ ପ୍ରଧାନ ମହାମାରୀ କରୋନା କୁ ପରାଜିତ କରି ସୁସ୍ଥହୋଇ ବାସଭବନକୁ ଫେରିଥିବା ସୂଚନା ମିଳିଛି । ଶ୍ରୀ ପ୍ରଧାନ ସପତ୍ନୀକ ଭୁବନେଶ୍ୱର ଶୈଳଶ୍ରୀ ବିହାର ସ୍ଥିତ ବାସଭବନରେ ରହୁଥିବାବେଳେ କରୋନା ପଜିଟିଭ ଚି଼ହ୍ନଟ ହୋଇଥିଲେ । କରୋନା ମୁକ୍ତ ପାଇଁ ପ୍ରଧାନ ଦମ୍ପତି ଭୁବନେଶ୍ୱର ହାଇଟେକ ମେଡିକାଲରେ ୧୫ ଦିନ ଚିକିତ୍ସା ପରେ ଆଜି ସକାଳ ୧୦ଟାରେ ସୁସ୍ଥ ହୋଇ ଘରକୁ ଫେରିଥିବା ନେଇ ତାଙ୍କ ଝିଅ ତଥା କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ସୂଚନା ଦେଇଛନ୍ତି । ୭୫ ବର୍ଷପରେ ମଧ୍ୟ ପୂର୍ବତନ ସାଂସଦ କରୋନାରୁ ସୁସ୍ଥ ହେବା ଖବର ପରେ ତାଙ୍କ ସମର୍ଥକ ମାନେ ଖୁସିବ୍ୟକ୍ତ କରିବା ସହ ଅଭିନନ୍ଦନ ଶୁଭେଚ୍ଛା ଜଣାଇଛନ୍ତି । ସାନଖେମୁଣ୍ଡି, ଶେରଗଡ଼, ଧରାକୋଟ,ଆସିକା, କବିସୂର୍ଯ୍ୟନଗର ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଜନନେତା ନିତ୍ୟାନନ୍ଦଙ୍କ ସୁସ୍ଥତା ପାଇଁ ପୂଜାର୍ଚ୍ଚନା କରିଥିବାବେଳେ ସୁସ୍ଥ ହୋଇ ଫେରିବା ପରେ ଅଶୋକ ବେହେରା, ଅମିନ ପ୍ରଧାନ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ ପ୍ରମୁଖ ଶ୍ରୀ ପ୍ରଧାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଲୋକଙ୍କ ଭଲପାଇବା ଓ ତାଙ୍କ ପ୍ରତି ଅକୁଣ୍ଠ ସ୍ନେହ ଶ୍ରଦ୍ଧା ଯୋଗୁଁ ସୁସ୍ଥ ହୋଇ ଫେରିବା ସହ ତାଙ୍କ ସମର୍ଥକ ଓ ଗଞ୍ଜାମବାସୀଙ୍କୁ ବିଧାୟିକା ଲତିକା ପ୍ରଧାନ ଗଭୀର କୃତଜ୍ଞତା ଜଣାଇଛନ୍ତି ।

(ରିପୋର୍ଟ- ଆରତ କୁମାର ହୋତା। )

Leave A Reply

Your email address will not be published.