ଭୁବନେଶ୍ବର,୦୧/୧୧(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧,୭୦୯ । ବର୍ତ୍ତମାନ ସୁଦ୍ଧା ୪୬,୦୧,୮୬୦ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ କରୋନା ପଜିଟିଭ ୨,୯୧,୮୨୫ ଚିହ୍ନଟ ହୋଇଛନ୍ତି ୨,୭୫,୭୪୯ ଜଣ ସୁସ୍ଥ ହୋଇଥିବା ବେଳେ ୧୪,୬୯୨ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧,୩୩୧ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ନୂତନ ଆକ୍ରାନ୍ତ ୧,୭୦୯ ଜଣଙ୍କ ମଧ୍ୟରୁ ୯୮୫ କ୍ବାରେଣ୍ଟାଇନ୍ ସେଣ୍ଟର ଓ ୭୨୪ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।