ତିର୍ତ୍ତୋଲ ମୁଳିସିଂ ପଞ୍ଚାୟତରେ ରାଜଗାଙ୍ଗପୁର ବିଧାୟକ ଡାକ୍ତର ରାଜନ ଏକ୍କାଙ୍କ ଦ୍ୱାରା ମାରାଥନ ନିର୍ବାଚନୀ ପ୍ରଚାର ।

0 363

ଜଗତସିଂହପୁର,୨୮/୧୦(ପିପିଟି); କଂଗ୍ରେସ ପ୍ରାର୍ଥୀ ଇଂ ହିମାଂଶୁ ଭୂଷଣ ମଲ୍ଲିକଙ୍କ ପାଇଁ ମୁଳିସିଂ ପଞ୍ଚାୟତରେ ରାଜଗାଙ୍ଗପୁରର ବିଧାୟକ ଡାକ୍ତର ରାଜନ୍ ଏକ୍କାଙ୍କ ଦ୍ବାରା ମାରାଥନ ନିର୍ବାଚନୀ ପ୍ରଚାର କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି। କଂଗ୍ରେସ କର୍ମୀମାନେ ଉତ୍ସାହିତ ହୋଇ ଡାକ୍ତର ରାଜନ ଏକ୍କାଙ୍କୁ ସ୍ଵାଗତ କରିବା ସହ ବିଧାୟକଙ୍କ ସହିତ ମୁଳିସିଂ ପଞ୍ଚାୟତର ଘରକୁ ଘର ବୁଲି ତିର୍ତ୍ତୋଲ ମାଟିର ସମ୍ମାନ ଓ ସ୍ବାଭିମାନ ପାଇଁ ଜାତୀୟ କଂଗ୍ରେସ ପ୍ରାର୍ଥୀ ଇଂ ହିମାଂଶୁ ଭୂଷଣ ମଲ୍ଲିକଙ୍କୁ ହାତ ଚିହ୍ନରେ ଭୋଟ ଦେଇ ଜୟ ଯୁକ୍ତ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ।ଏହି ପ୍ରଚାର ସମୟରେ କଂଗ୍ରେସ ନେତା ଇକବାଲ ମଲ୍ଲିକ, ସିତଲ୍ ତିର୍କୀ, ଅରୁଣ ସାମଲ ,ଛାତ୍ର ନେତା କୃଷ୍ଣଚନ୍ଦ୍ର ପ୍ରଧାନ ପ୍ରମୁଖ ସହ ସ୍ଥାନୀୟ ପଞ୍ଚାୟତର କଂଗ୍ରେସ କର୍ମୀ ଅମ୍ବିକା ପ୍ରସାଦ ପାଲ,ସଫିଆଜମ,ବିଷ୍ଣୁ ରଂଜନ ସାହୁ, ରଂଜିତ ବେହେରା, ଡୋରା ରଂଜନ ମଲ୍ଲିକ, ସୁରେନ୍ଦ୍ର ମଲ୍ଲ,ସୋନୁ ଖାନ,ବିଜୟ କୁମାର ମହାନ୍ତି, ସୌମ୍ଯ ରଂଜନ ବେହେରା, ରିଙ୍କୁ ପାଲ,ୱାହିଦ ଉଦ୍ଦିନ ପ୍ରମୁଖ ସାମିଲ ହୋଇଥିଲେ।

(ରିପୋର୍ଟ- ପ୍ରତାପ କୁମାର ସିଂହ। )

Leave A Reply

Your email address will not be published.