ଶେରଗଡ,୨୩/୧୦(ପିପିଟି); ଶେରଗଡ ବ୍ଳକ ଅନ୍ତର୍ଗତ ଗୋବିନ୍ଦପୁର ଓ ପଟାପାବୁଲି ଗ୍ରାମର ଗୋଟିଏ ଲେଖାଏ । ଏ ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ଠାରୁ ଋଣ ଟଙ୍କା ଅର୍ଥ ହଡ଼ପ କରିଥିବା ନେଇ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରା ଉଚରା ଜାରି ରଖିଛି । ଶେରଗଡ ପୋଲିସ ଏନେଇ ଗତ ୧୦ ତଳେ ଦିନ ଗୋବିନ୍ଦପୁର ରାଧାଶ୍ୟାମ ସ୍ୱୟଂ ସହାୟକ ଗୋଷ୍ଠୀ ଶେରଗଡ ଥାନାରେ ଏତାଲା ଦେଇ ଥିଲେ କ୍ରମେ ସେହି ଏତାଲାକୁ ଭିତ୍ତି କରି ଶେରଗଡ ଥାନା ଅଧିକାରୀ ରମେଶ ଚନ୍ଦ୍ର ଦାସ ୧୨୫/ ୨୦ ପ୍ରକାରେ ଏକମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି ଏବଂ ଉକ୍ତ ଘଟଣାର ସଂପୃକ୍ତ ଥିବା ଅଙ୍କୁଶପୁର ର ଶ୍ରୀକାନ୍ତ ପଣ୍ଡାକୁ ଅଟକ ରଖି ପଚରା ଉଚରା ଜାରି ରଖିଛନ୍ତି । ଘଟଣାରୁ ପ୍ରକାଶ ଯେ ଶେରଗଡ ବ୍ଳକର ଗୋବିନ୍ଦପୁର ଗ୍ରାମର ରାଧାଶ୍ୟାମ ସ୍ବୟଂ ସହାୟକ ଗୋଷ୍ଠୀକୁ ୬ଲକ୍ଷ ,ପଟା ବାବୁଲି । ନାରୀଶକ୍ତି ସ୍ବୟଂ ସହାୟକ ଗୋଷ୍ଠୀ କାଗଜ ପତ୍ର ନେଇ ୪ଲକ୍ଷ ୫ ହଜାର ଋଣ କରାଇଦେଇଥିଲେ । ହିଞ୍ଜିଳିକାଟୁ ର ବଇଞ୍ଚବଣିଆ ରେ ଥିବା ଭାରତ ଫାଇନେନସ୍ ଓ ଏଲଏଣ୍ଡଟି ପାଇନାନ୍ସ ଏହି ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ଋଣ ଦେଇଥିଲା ଏବଂ ଉକ୍ତ ଋଣ ଅର୍ଥ ରେ ଧୂପ କାଠି ଓ ମିକ୍ସଚର, ଖଲି ତିଆରି ମେସିନ ଯୋଗାଇବି ବୋଲିକହି ଥିଲା ପରନ୍ତୁ ଅଦ୍ୟାବଧି ଦୁଇଟି ଗୃପ ୩୦ ଜଣ ସଭ୍ୟ ମାନଙ୍କ ମଧ୍ୟରେ ସମସ୍ତଙ୍କୁ କିଛି ଜିନିଷ ଉପ କରଣ ଦେଇନାହିଁ । ଗୋଟିଏ ଧୂପକାଠି ଶିଳ୍ପ ଯେତିକି ଯନ୍ତ୍ରପାତି ଦରକାର ସେ ଦେଇନାହିଁ । ଦୁଇଟି ଗୃପ ୩ ଲକ୍ଷ ଟଙ୍କା ମଧ୍ୟରେ କିଛି ଜିନିଷ ଦେଇ ବଳକା ଅର୍ଥ ଆତ୍ମସାତ କରିଦେଇଛି । ଫଳ ରେ ବାରମ୍ବାର ମହିଳା ମାନେ ଜିନିଷ ଦିଅ ବୋଲି କହିଲେ ଫୋନ କଲେ ଫୋନ ଗ୍ରହଣ କରୁ ନାହାଁନ୍ତି ଋଣ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଗୋବିନ୍ଦପୁର ଗ୍ରାମର ରାଧାଶ୍ୟାମ ସ୍ୱୟଂ ସହାୟକ ଗୋଷ୍ଠିର କର୍ମକର୍ତ୍ତା ଏକ ଜୁଟ ଶେରଗଡ଼ ଥାନାରେ ଏତଲା ଦେଇଥିଲେ ସେହି ଏତାଲାକୁ ଭିତ୍ତି କରି ପୋଲିସ ଶୁକ୍ରବାର ଦିନ ଶ୍ରୀକାନ୍ତ ପଣ୍ଡାଙ୍କୁ ଧରି ଆଣି ଅଟକ ରଖିବା ସହ ଗୋବିନ୍ଦପୁର ଗ୍ରାମର ମହିଳାମାନଙ୍କୁ ଡକାଇ ପଚରା ଉଚରା ଜାରି ରଖିଛି । ସୂଚନା ଥାଉକି ତଳଦିନେ ଧବଳପୁର ଗ୍ରାମପଞ୍ଚାୟତର ଏକ ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ସଭାପତିଙ୍କୁ ରାତାରାତି ବଦଳାଇ ଜାଲ ଦସ୍ତଖତ କରି ଡେଙ୍ଗାପଦର ଆଇଓବି ବ୍ୟାଙ୍କରୁ ଋଣ ଉଠାଣ ହୋଇଛି ବ୍ୟାଙ୍କ ମ୍ୟାନେଜରଙ୍କ ମତାମତ ନେବାରୁ ସେ କହିଥିଲେ କି ଯାହା ମହିଳା ସ୍ବୟଂସହାୟକ ଅଥରିଟି ଲେଖିକି ଦେବେ ସେଠାରେ ଆମେ ଋଣ ଦେବାକୁ ବାଧ୍ଯ ଆମ ପ୍ରତିନିଧି ପଚାରିଥିଲେକି ଏହି ରେଜୁଲେସନ ଖାତା ସଂଶୋଧନ ହୋଇଛି ଆପଣ ଏହାକୁ ଦେଖି ନାହାଁନ୍ତି କି କହିବାରୁ ସେ ଚୁପ ରହିଥିଲେ । ତେଣୁ ଯଦି ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ମହିଳାଙ୍କ ପ୍ରତି ଏମିତି ସମ୍ମାନ ତାହା ହେଲେ ମୁଖ୍ୟମନ୍ତ୍ରୀଙ୍କ ନାରା ମାଁକୁ ସମ୍ମାନ ଗାଁ କୁ କାମ କଣ ଏକ ପ୍ରହସନ ! ଏଣୁ ଶେରଗଡ ବ୍ଳକ ରେ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଦିଆଯାଇଥିବା ସମସ୍ତ ଋଣର କ୍ରାଇମବ୍ରାଞ୍ଚ ତଦନ୍ତ କରିବାକୁ କିଛି ମହିଳା ସ୍ବୟଂସହାୟକ ଗୋଷ୍ଠୀର ସଦସ୍ଯା ସେମାନଙ୍କର ନାମ ଗୋପନ ରଖି ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ଓ ୫ ଟି ସଚିବଙ୍କ ସହ ଆମର ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଅନୁରୋଧ କରୁଛନ୍ତି ଏହାର ଉଚ୍ଚସ୍ତରୀୟ ତଦନ୍ତ ହେଉ ବୋଲି ଦାବି କରିଛନ୍ତି ।
(ରିପୋର୍ଟ- ଭିକୁ ନାୟକ। )