ଟି. ୟୁ. ସି.ଆଇ ପକ୍ଷରୁ ବ୍ରହ୍ମପୁର ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଘେରାଉ ।

0 543

ବ୍ରହ୍ମପୁର,ତା- ୨୦/୧୦(ପିପିଟି); ଟ୍ରେଡ ୟୁନିଅନ ସେଣ୍ଟର ଅଫ ଇଣ୍ଡିଆ ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ଆଜି ନିର୍ମାଣ ଶ୍ରମିକଙ୍କ ଲକଡାଉନ ସହାୟତା ଏବଂ ବିଭିନ୍ନ ସମସ୍ୟା ନେଇ ବ୍ରହ୍ମପୁର ଜିଲ୍ଲା ଶ୍ରମ ଅଧିକାରୀ ବାବୁ ଚରଣ ପାତ୍ରଙ୍କ ସହ ସାକ୍ଷାତ କରି ଆଲୋଚନା କରିବା ସମୟରେ ଶ୍ରମିକ ମାନେ ଜାଣିବାକୁ ପାଇଲେ ଯେ ଜୟପୁର ରମେଶ ରାଉତଙ୍କ ଝିଅର ବିବାହ ସହାୟତା ଆବେଦନ ଫାଇଲ ଟି ହଜିଯାଇଛି ଏବଂ କୁକୁଡାଖଣ୍ଡି ବ୍ଳକର ନିର୍ମାଣ ଶ୍ରମିକଙ୍କୁ ଆଜି ପଞ୍ଜିକରଣ ହୋଇଥିବା ପରିଚୟ ପତ୍ର ଆଜି ମିଳିବ ନାହିଁ ସେଥିରେ ସମସ୍ତ ଶ୍ରମିକ ଉତକ୍ଷିପ୍ତ ହୋଇ ଦିନ ୧ରୁ ଜିଲ୍ଲା ଶ୍ରମ କାର୍ଯ୍ୟାଳୟକୁ ଘେରାଉ କରି ସମସ୍ତ ଦାବିକୁ ମାନି ନେଇ ଶ୍ରମିକଙ୍କ ସ୍ବାର୍ଥରେ କାମ କରିବା ପାଇଁ ଅଡି ବସିଲେ । ଏହି ଦାବି ମଧ୍ୟରେ ୪୮ ବର୍ଷର ରାଜମିସ୍ତ୍ରୀ ନୂଆଗାଁ ଗ୍ରାମର ବାୟା ନାହକଙ୍କୁ ୬୨ ବର୍ଷ କହି ସହାୟତାକୁ ହଡପ କରାଯାଇଛି । ତେଣୁ ତାଙ୍କୁ ତୁରନ୍ତ ସହାୟତା ପ୍ରଦାନ କରିବା, ଶ୍ରମବିଭାଗର ଅବହେଳା ଯୋଗୁଁ ବହୁ ନିର୍ମାଣ ଶ୍ରମିକଙ୍କ ନାମ ଅନ୍ୟ ପଞ୍ଚାୟତ ଓ ବ୍ଳକରେ ରହିବା ଏବଂ ଲକଡାଉନ ଯୋଗୁଁ ବଭିନ୍ନ ଜିଲ୍ଲା ଓ ରାଜ୍ୟରେ ଫସି ରହି ଥିବା ଶ୍ରମିକଙ୍କୁ ନିର୍ମାଣ ଶ୍ରମିକ ସହାୟତା ପ୍ରଦାନ କରିବା ବଦଳରେ ଭୁଆଁବୁଲାଇବା ବନ୍ଦ କରି ତୁରନ୍ତ ସହାୟତା ପ୍ରଦାନ କରିବା, କେଶବ ନାୟକର ମୃତ୍ୟୁକାଳୀନ ସହାୟତା ତୁରନ୍ତ ପ୍ରଦାନ କରିବା, ଦୁଇବର୍ଷ ପୂର୍ବରୁ ରମେଶ ରାଉତଙ୍କ ଝିଅର ବିବାହ ସହାୟତା ପାଇଁ ଆବେଦନ କରିଥିବା ସହାୟତା ତୁରନ୍ତ ପ୍ରଦାନ କରିବା ଏବଂ ସମସ୍ତ ଶ୍ରମିକଙ୍କୁ ସମସ୍ତ ସହାୟତା ତୁରନ୍ତ ପ୍ରଦାନ କରିବା, ନିର୍ମାଣ ଶ୍ରମିକ ମାନଙ୍କ ଅଜ୍ଞତାରୁ ଅଚଳ ହୋଇଥିବା ଶ୍ରମିକଙ୍କ ପରିଚୟ ପତ୍ରକୁ ନବୀକରଣ କରିବା ଓ ସମସ୍ତ ନବୀକରଣକୁ ଚାଲୁ କରିବା, ପ୍ରବାସୀ ଶ୍ରମିକଙ୍କୁ ପଞ୍ଜିକରଣ କ୍ଷେତ୍ରରେ ସ୍ବଷ୍ଟ ନୀତି ଆପଣାଈବା, କୁକୁଡାଖଣ୍ଡି ବ୍ଳକର କାର୍ଯ୍ୟସ୍ଥଳୀରେ ଶ୍ରମ ବିଭାଗ ଯାଞ୍ଚ କରିଥିବା ଶ୍ରମିକଙ୍କୁ ପରିଚୟ ପତ୍ର ପ୍ରଦାନ କରିବା ଆଦି ଉଲ୍ଲେଖନୀୟ ଅଟେ। ଏପରି ପରସ୍ଥିତିରେ ଶ୍ରମବିଭାଗ ବାଧ୍ୟ ହୋଇ କୁକୁଡାଖଣ୍ଡି ବ୍ଳକର ଶ୍ରମକଙ୍କୁ ତୁରନ୍ତ ପରିଚୟ ପତ୍ର ପ୍ରଦାନ କରାଗଲା । ରାଜମିସ୍ତ୍ରୀ ବାୟା ନାହକଙ୍କୁ ତୁରନ୍ତ ସହାୟତା ଏବଂ ଅନ୍ୟ ସମସ୍ତ ନିର୍ମାଣ ଶ୍ରମିକଙ୍କୁ ୧୫୦୦ଟଙ୍କା ସହାୟତା ତୁରନ୍ତ ଜଣାଇଲେ । ମୃତ୍ୟୁ କାଳୀନ ସହାୟତା ଓ ବିବାହ ସହାୟତା ୧୫ ଦିନ ମଧ୍ୟରେ ପ୍ରଦାନ କରାଯିବ ଏବଂ ଅଚଳ ହୋଇଥିବା ଶ୍ରମିକଙ୍କ ସକ୍ରିୟ କରିବା ଓ ନବୀକରଣ ୨୭ ଅକ୍ଟୋବର ଠାରୁ ଗ୍ରହଣ କରାଯିବ ବୋଲି ଜିଲ୍ଲା ଶ୍ରମ ଅଧିକାରୀ ପ୍ରତିଶ୍ରୁତି ଦେଲା ପରେ ଶ୍ରମିକ ମାନେ ଥଣ୍ଡା ପଡିଥିଲେ । ଅପରାହ୍ନ ୨ଟା ୩୦ରେ ଘେରାଉ ପ୍ରତ୍ୟାହୃତ ହୋଇଥିଲା । ଏହି ଘେରାଉ ଓଡିଶା ନିର୍ମାଣ ଶ୍ରମିକ ୟୁନିଅନ ର ଜିଲ୍ଲା ସହ ସମ୍ପାଦିକା ପି.ପାର୍ବତୀ ଏବଂ ଆସିକା ବ୍ଳକ କମିଟିର ଉପସଭାପତି କେଶବ ସ୍ବାଇଁ ନେତୃତ୍ବ ନେଇଥିଲେ । କ୍ରାନ୍ତିକାରୀ କୃଷକ ସଭାର ରାଜ୍ୟ ସମ୍ପାଦକ ତଥା ଓଡିଶା ନିର୍ମାଣ ଶ୍ରମିକ ୟୁନିଅନର ଜିଲ୍ଲା ସଭାପତି ଶଙ୍କର ସାହୁ ଶ୍ରମିକମାନେ ନିଜ ଅଧିକାର ପାଇଁ ସଚେତନ ରହି ଏପରି ସଂଘର୍ଷ ଜାରି ରଖିବାକୁ ଆହ୍ବାନ ଦେଇଥିଲେ । ବାୟା ନାହାକ, ଜାନକୀ ନାହକ, ଅଶୋକ ଦାଶ, ବି ବୁଦ୍ଧିଆ, ମହେଶ୍ବରୀ ଦାଶ, ପ୍ରଶାନ୍ତ ଦାଶ, ପି ତାରେଶୁ, ବନିତା ଦାଶ, ଗୁମାନୀ ଦାଶ, ଏ ଦିଲ୍ଲୀପ ଆଦି ଆନ୍ଦୋଳନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

Leave A Reply

Your email address will not be published.