ଖଜୁରିପଡା ବ୍ଲକ ପେନାବାଲୀ ଗ୍ରାମର ଜଳ ଯୋଗାଣ ଚାଲିଛି ଠିକାଦାର ମର୍ଜିରେ ।

0 545

ଫୁଲବାଣୀ,୨୦/୧୦(ପିପିଟି);କନ୍ଧମାଳ ଜିଲ୍ଲା ଖଜୁରିପଡା ବ୍ଲକ ଅରାପାଜୁ ପଞ୍ଚାୟତର ୪ ଲକ୍ଷ ୫୦ ହଜାର ଟଙ୍କା ବ୍ୟୟରେ ପେନାବାଲୀ ଗାଁରେ ପାନୀୟ ଜଳ ଯୋଗାଣ ଉଦ୍ଦେଶ୍ୟରେ ସୋଲାର ପଏଣ୍ଟରେ ପଞ୍ଚାୟତ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଏହି ଯୋଜନା ୪ ମାସ ପୂର୍ବରୁ ସରିଥିଲେ ମଧ୍ୟ ଉକ୍ତ ସ୍ଥାନରେ ସୂଚନା ଫଳକ ଟିଏ ନାହିଁ କି ପଞ୍ଚାୟତରେ ଏ ନେଇ କୌଣସି ସଠିକ ତଥ୍ୟ ନାହିଁ ଫଳରେ ଯୋଜନାର ରୂପ ରେଖକୁ ନେଇ ସନ୍ଦେହ ସୃଷ୍ଟି ହେଉଛି । ଗାଁଟି ଏକ ସୁସ୍କ ଅଞ୍ଚଳ ଏହି ଗାଁକୁ ଖରା ଦିନେ ଟ୍ୟାଙ୍କରରେ ପାଣି ଯୋଗାଣ ପାଇଁ ପଞ୍ଚାୟତରୁ ୮୦-୯୦ ହଜାର ଟଙ୍କା ଖର୍ଚ୍ଚ ହେଉଥିବା ନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି । ଏହି ସମସ୍ୟାର ସମାଧାନ ପାଇଁ ଏହି ଯୋଜନା କରାଯାଇଥିବା ନିର୍ବାହୀ ଅଧିକାରୀ କହୁଥିବା ବେଳେ ଏହି ଯୋଜନା ସମ୍ପୂର୍ଣ୍ଣ ହୋଇ ୪ ମାସ ବିତି ଯାଇଥିଲେ ମଧ୍ୟ ଏହାର ଏଷ୍ଟିମେଟ ଓ କେଉଁ ଯନ୍ତ୍ରୀ ତଦାରଖ କରୁଥିଲେ କେଉଁ ଆଇଟମ ପାଇଁ କେତେ ଖର୍ଚ୍ଚ ବରାଦ କରାଯାଇଛି ଏନେଇ ପଞ୍ଚାୟତ କିମ୍ବା ବ୍ଲକରେ କୌଣସି ସଠିକ ସୂଚନା ନଥିବା ବେଳେ ପଞ୍ଚାୟତ ନିର୍ବାହୀ ଅଧିକାରୀ ସବୁ କାଗଜ ପତ୍ର ଠିକା ସଂସ୍ଥା ଓରିଡା ପାଖରେ ଥିବା ନେଇ ସୂଚନା ଦେଇଛନ୍ତି । ଏତେ ଟଙ୍କା ବ୍ୟୟରେ କରାଯାଇଥିବା ଯୋଜନାଟି ଏତେ ଖାମ ଖ୍ୟାଲ ଭାବେ କିଭଳି କରାଯାଇଛି ଓ ଏଥିରେ ବ୍ୟବହୃତ ଗାଁର ପୁରୁଣା ନଳ କୁଅଟି ଜଳ ଯୋଗାଇବା ପାଇଁ ସକ୍ଷମ କି ନାହିଁ ଏସବୁର କୌଣସି ସନ୍ତୋଷ ଜନକ ଉତ୍ତର ନିର୍ବାହୀ ଅଧିକାରୀ ଦେଇପାରିନଥିବା ବେଳେ ଏହି ଯୋଜନା କ’ଣ ଠିକା କମ୍ପାନୀ ଦ୍ୱାରା ପରିଚାଳିତ କି ବୋଲି ଗାଁ ଵାଲା ପ୍ରଶ୍ନ ଉଠାଇଛନ୍ତି । ପ୍ରଶ୍ନ ଉଠୁଛି ବିନା ସୂଚନା ଫଳକ ବିନା ଏଷ୍ଟିମେଟ ବିନା ତଦାରଖରେ ଚେକ ମେଜରମେଣ୍ଟ କିଭଳି କରାଯାଇଛି ଓ ବିଲ୍ ପ୍ରଦାନ କେମିତି କରାଯାଇଛି ଏହାର ଏକ ତଦନ୍ତ ହେବା ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

(ରିପୋର୍ଟ- ଶିବାନନ୍ଦ ପଟ୍ଟନାୟକ। )

Leave A Reply

Your email address will not be published.