୪ ପଞ୍ଚାୟତରେ ବିଜେଡିର କରୋନା ସଚେତନ ରାଲି ।

0 242

ପୋଲସରା ,୧୮/୧୦(ପିପିଟି) : ପୋଲସରା ବିଜେଡି ପକ୍ଷରୁ ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ନାଥ ପ୍ରଧାନଙ୍କ ନେତୃତ୍ୱରେ ୧୮ ରିଖ ରବିବାର ଦିନ ଚାରୋଟି ପଞ୍ଚାୟତରେ କରୋନା ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି । ଦଳୀୟ ନେତା ଓ କର୍ମୀ ମାନେ କରୋନା ସଚେତନା ବାର୍ତ୍ତା ଲେଖା ଥିବା ପ୍ଲା କାର୍ଡ଼ ଧରି ପ୍ରଥମେ ମଧୁପଲ୍ଲୀ ପଞ୍ଚାୟତ , ବଡ଼ ପଙ୍କଳବାଡି ପଞ୍ଚାୟତ , ଢୁଙ୍କାପଡା ପଞ୍ଚାୟତ ଓ କଣଛାଇ ପଞ୍ଚାୟତର ପ୍ରତ୍ୟେକଟି ସାହି ଓ ଓ୍ବାଡ଼ କୁ ପରିକ୍ରମା କରିଥିଲେ । ପ୍ରତି ପଞ୍ଚାୟତର ଗାଁ ମଝିରେ ପ୍ରଥପ୍ରାନ୍ତ ସଭା ଅନୁଷ୍ଠିତ କରି କରୋନା ମହାମାରୀ ଠାରୁ ସଂପୂର୍ଣ୍ଣ ମୁକ୍ତି ପାଇବା ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ଏପରିକି ସଦାସର୍ବଦା ମୁହଁ ରେ ମାକ୍ସ ପିନ୍ଧିବା ସହ ବାରମ୍ବାର ହାତକୁ ଭଲ ଭାବରେ ସାବୁନ ପାଣିରେ ସଫା ସୁତୁରା କରିବା , ଜନ ଗହଳି ପୂର୍ଣ୍ଣ ସ୍ଥାନକୁ ନଯାଇ ସାମାଜିକ ଦୂରତା ଅବଲମ୍ବନ କରିବା , ନିଜେ ସଚେତନା ହେବା ସହ ଅନ୍ୟ ମାନଙ୍କୁ ସଚେତନ କରିବା ଭଳି ବହୁ ସଚେତନା ମୂଳକ ବାର୍ତ୍ତା ପ୍ରଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପୋଲସରା ବ୍ଲକ ଅଧ୍ୟକ୍ଷ ବଳରାମ ସେଠୀ , ଉପାଧ୍ୟକ୍ଷା ସଂଯୁକ୍ତା ବାଡ଼ତ୍ୟା , ବିଜେଡି ସଂପାଦକ ଅଶୋକ କୁମାର ବିଷୋୟୀ , ମଧୁପଲ୍ଲୀ ସରପଞ୍ଚ ପ୍ରତିନିଧି ବସନ୍ତ କରଣ , ପଞ୍ଚାୟତ ସଭାପତି ସୁଶାନ୍ତ କୁମାର ପୋଲେଇ , ବଡ଼ପଙ୍କଳବାଡି ସରପଞ୍ଚ ରଞ୍ଜୟ ପାଣିଗ୍ରାହୀ ,ସମିତି ସଭ୍ୟା ପ୍ରତିନିଧି ସଂଞ୍ଜୟ ପ୍ରଧାନ , ଲଡୁ କିଶୋର ଦଳାଇ ,ଅଶୋକ ପ୍ରଧାନ ,ଲୋଚନ ପ୍ରଧାନ ,ସନାତନ ବିଶ୍ବାଳ, ଢୁଙ୍କାପଡା ସରପଞ୍ଚ ପ୍ରତିନିଧି ବସନ୍ତ ଜେନା ଓ କଣଛାଇ ସରପଞ୍ଚ ପାଣ ନାହାକ ପ୍ରମୁଖ ଉପସ୍ଥିତ ରହି କରୋନା ସଚେତନା ତାଲିମ ଆୟୋଜିତ କରି ଲୋକଙ୍କୁ ସଚେତନାର ବାର୍ତ୍ତା ଦେଇଥିଲେ । (ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା)

Leave A Reply

Your email address will not be published.