ଧର୍ମଶାଳା ବିଜୁ ଯୁବ ଜନତା ଦଳ ପକ୍ଷରୁ ଦୀପ ଜାଳି ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କଲେ ।

0 235

ଯାଜପୁର,୧୬/୧୦(ପିପିଟି) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଓ ୭୫ବର୍ଷରେ ପଦାର୍ପଣ କରିଛନ୍ତି । ଏବର୍ଷ କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଜନ୍ମଦିନ ପାଳି ନାହାଁନ୍ତି ମୁଖ୍ୟମନ୍ତ୍ରୀ । ଏପଟେ ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିନ ଅବସରରେ ଯାଜପରୁ ଜିଲ୍ଲା ଧର୍ମଶାଳା ବିଜୁ ଯୁବ ଜନତା ଦଳ ପକ୍ଷରୁ ଆଜି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ ସୁସ୍ଥ ନିରାମୟ ଜୀବନ ସହ ଦୀର୍ଘାୟୁ କାମନା କରି ଯୁବଛାତ୍ର କର୍ମୀମାନେ ଜାରକାସ୍ଥିତ ତ୍ରିନାଥେଶ୍ୱର ମନ୍ଦିରରେ ଦୀପ ଜାଳି ପ୍ରାର୍ଥନା କରିବାସହିତ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକ୍ରମେ ଜନ ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଜରିଆରେ ଘର ଘର ବୁଲି କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଲୋକମାନଙ୍କୁ ସଚେତନ କରାଇଛନ୍ତି। ବିଭିନ୍ନ ଅଞ୍ଚଳକୁ ଯାଇ ମାସ୍କ, ସାନିଟାଇଜର ଓ ମିଠା ବଣ୍ଟନ କରିଛନ୍ତି। ଏଥିସହ ବୃକ୍ଷରୋପଣ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଧର୍ମଶାଳା ବ୍ଲକ ବିଜେଡି ସଭାପତି ଜଳଧର ମହାନ୍ତି, ବ୍ଲକ ଯୁବ ବିଜେଡି ସଭାପତି କ୍ଷିତିଶ ନାୟକ, ଜିଲ୍ଲା ଛାତ୍ର ବିଜେଡି ସଭାପତି ସୌମ୍ୟ ପ୍ରକାଶ ବିଶ୍ୱାଳଙ୍କ ସମେତ ବହୁ ଯୁବ କର୍ମୀ ସାମିଲ ଥିଲେ ।

Leave A Reply

Your email address will not be published.