ରାୟଗଡା,ତା-୧୫/୧୦(ପିପିଟି);ବିଶ୍ୱ ହାତଧୁଆ ଦିବସ ୨୦୨୦ ବିଷୟବସ୍ତୁ ଶୀର୍ଷକ “ସମସ୍ତଙ୍କ ପାଇଁ ପରିଛନ୍ନ ହାତ” ସମ୍ବନ୍ଧିୟ ସଚେତନତା କାର୍ଯ୍ୟକ୍ରମ ଓପିଲିପି, ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା, ଚାଟିକଣାର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କିଂଯମଜୋଡୀ,ତେଣ୍ଡା, କଚରଲା,ଖାଂବେସି, ଖଜୁରୀ, ଗଇଲକଣା,ସାନସାର୍ଟିଲି ସମେତ ବିଭିନ୍ନ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି।ଆସ ହାତ ଧୋଇବା, ହାତ ଧୋଇବାର ଆବଶ୍ୟକତା,ହାତ କେତେବେଳେ ଧୋଇବା, କେମିତି ହାତ ଧୋଇବା, ନିୟମିତ ହାତ ଧୋଇବା ଅଭ୍ୟାସ ଜାରି ରଖିବା- ନିଜକୁ ଓ ସମାଜକୁ ରୋଗମୁକ୍ତ କରିବା ଉପରେ ଆଦିମ ଜନଜାତି ତଥା ସମସ୍ତ ଜନସାଧାରଣଙ୍କୁ ସଚେତନତା କରାଯାଇଥିଲା । ନିୟମଗିରିର ଆଦିମ ଜନଜାତି ବିଶ୍ଵ ହାତଧୁଆ ଦିବସ ପାଳନ ଅବସରରେ ସମଗ୍ର ବ୍ଲକକୁ ଦିଗଦର୍ଶନ ଦେଇଛି । ହାତଧୁଆକୁ ଦୈନନ୍ଦିନ କାର୍ଯ୍ୟରେ ସାମିଲ କରିବାକୁ ଶପଥ ନେଇଥିଲେ। ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା ବିଷମକଟକ ବ୍ଲକର ୩ଟି ପଂଚାୟତ କୁର୍ଲି,ଛାଞ୍ଚଡାଗୁଡା, ଡାଲିଆକୁଜି ଓ ମୁନିଗୁଡ଼ା ବ୍ଲକର ୨ଟି ପଂଚାୟତ ମୁନିଖୋଲ, ଶିଵପଦରରେ ଏହି କାର୍ଯ୍ୟକ୍ରମ ହୋଇଥିଲା। ଉକ୍ତ ସଚେତନତାମୂଳକ କାର୍ଯ୍ୟକ୍ରମକୁ ସମସ୍ତ ଗ୍ରାମର ଗୋଷ୍ଠୀ ସମ୍ବଳ ବ୍ୟକ୍ତି ମାନେ ଆୟୋଜନ କରିଥିବା ବେଳେ ଓପିଲିପି ର ପ୍ରକଳ୍ପ ପରିଚାଳକ ସୁଦର୍ଶନ ପାଢ଼ୀ,ଆକସୁସ ଅନୁଷ୍ଠାନର ମନୋଜ ବେଉରିଆ, ତପନ କୁମାର ନାୟକ, ମୋହନ ରାଓ ଓ ଶକ୍ତି ଅନୁଷ୍ଠାନର ଯୁଧିଷ୍ଠିର ନାୟକ ପ୍ରମୁଖ ପରିଚାଳନା କରିଥିଲେ।
(ରିପୋର୍ଟ- ନବୀନ ଚନ୍ଦ୍ର ନାୟକ ବେହେରା। )