ଯାଜପୁର,ତା-୧୨/୧୦(ପିପିଟି);ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି, ପୂର୍ବତନ ମନ୍ତ୍ରୀ, ତଥା ବିଶିଷ୍ଟ ରାଜନୀତିଜ୍ଞ, ସାହିତ୍ୟିକ ଓ ସ୍ତମ୍ଭକାର ଶରତ କୁମାର କରଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ । ସେ ଥିଲେ ବିଜୁ ବାବୁଙ୍କ ଅତି ଘନିଷ୍ଠ ସହଯୋଗୀ । ସେ ତାଙ୍କ ଜୀବ ଦଶ ଅନେକ ପୁସ୍ତକ ରଚନା କରିଛନ୍ତି ସେଥିମଧ୍ୟରୁ ମନ୍ଥନ ଓ ରୋମାନ୍ଥନ, ଅନ୍ୟାନ୍ୟ ଆଦି ବେଶ ପାଠକିୟ ଆଦୃତ ଲାଭ କରିଥିଲା । ଏହି ପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ମୋର ସମବେଦନା ଜଣେଇବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛି ପୁର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ ।