ହିଞ୍ଜିଳିକାଟୁ,ତା-୧୨/୧୦(ପିପିଟି); ହିଞ୍ଜିଳିକାଟୁ ସ୍ୱୟଂ ଶାସିତ ବିଜ୍ଞାନ ମହାବିଦ୍ୟାଳୟ ଇଲୋଟ୍ରନିକ୍ସ ବିଭାଗ ଆନୁକୂଲ୍ୟରେ ମୋଡେଲିଙ୍ଗ ଇଲୋଟ୍ରନିକ୍ସ ଡ଼ିଭାଇସ ଆଣ୍ଡ ସିଷ୍ଟମ ଶୀର୍ଷକ ଉପରେ ଆନ୍ତର୍ଜାତୀୟ ୱେବିନାର ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ. ସ୍ୱସ୍ତିକା ପାଢ଼ୀ ସ୍ୱାଗତ ଅଭିଭାଷଣ ସହ ଶୁଭାରମ୍ଭ କରିଥିବା ବେଳେ ଇଲୋଟ୍ରନିକ୍ସ ବିଭାଗ ମୁଖ୍ୟ ଡ଼ଃ. ପ୍ରଦୀପ କୁମାର ନନ୍ଦ ଅତିଥି ମାନଙ୍କ ପରିଚୟ ପ୍ରଦାନ ସହ କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ।ଏହି ୱେବିନାର ରେ ସିଙ୍ଗାପୁର ସ୍ଥିତ ନାନ୍ୟାଙ୍କ ବୈଷୟିକ ବିଶ୍ୱବିଦ୍ୟାଳୟର ପ୍ରାଧ୍ୟାପକ ତଥା ଗବେଷକ ଡ଼ାକ୍ତର ଆରୋକି୍ ସ୍ୱାମି ଆଲଫୋ୍ନାସ ଆର ଫ୍ ଏନଜି ହାରଭେଷ୍ଟିଙ୍ଗ ଫର ଫିୟୁଚର୍ ସ୍ମାର୍ଟସିଟି ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ଏବଂ ପ୍ରଧ୍ୟାପକ ଡ଼ଃ. ସମ୍ରାଟ ଏଲ. ସାବତ, ପ୍ରଧ୍ୟାପକ ଡ଼ଃ. ଶମ୍ଭୁ ଦତ ନନ୍ଦ, ପ୍ରଧ୍ୟାପକ ଡ଼ଃ. ରବୀନ୍ଦ୍ର କିଶୋର ମିଶ୍ର ଟେକ୍ନୋଲୋଜି ଟୁ ଫାଇଟ କରୋନା ଭାଇରସ ଯୁଭିଶ୍ ସିଷ୍ଟମ ମଡେଲିଙ୍ଗ ଏବଂ ମଡେଲିଙ୍ଗ ପାନେଚେମିକ୍ ବିଷୟ ଉପରେ ଯଥା କ୍ରମେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ । ମହାବିଦ୍ୟାଳୟର ଅଧ୍ୟାପିକା ଲେଫ୍ଟନାଣ୍ଟ ଶ୍ରଦ୍ଧାଞ୍ଜଳି ସାହୁ, ଛାତ୍ର ଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ମାନଙ୍କୁ ଏହି କାର୍ଯ୍ୟକ୍ରମରେ ଅନ୍ତର୍ଭୂକ୍ତ କରିବା ସହ ପ୍ରଶ୍ନ ଓ ଉତ୍ତର ପର୍ଯ୍ୟାୟକୁ ସୂଚାର ରୂପେ ପରିଚାଳନା କରିଥିଲେ । ପରିଶେଷରେ ଅଧ୍ୟାପିକା ବିଉଟି ନାୟକ ଧନ୍ୟବାଦ ଅର୍ପଣ କରିବା ସହ କାର୍ଯ୍ୟକ୍ରମକୁ ସମାପ୍ତ କରିଥିଲେ । ପ୍ରକାଶ ଯୋଗ୍ୟ ଯେ ଚଳିତବର୍ଷ କୋରନା ମହାମାରୀକୁ ଦୁଷ୍ଟିରେ ରଖି ପ୍ରଥମଥର ଏହି ଅନଲାଇନ୍ ମାଧ୍ୟମରେ ଆନ୍ତର୍ଜାତିୟ ୱେବିନାର ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମ ରେ ଭାରତର କୋଣାଅନୁକୋଣରୁ ପ୍ରାୟ ୩୦୦ସହରୁ ଉର୍ଦ୍ଧ୍ବ ଶିକ୍ଷକ ଏବଂ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।
(ରିପୋର୍ଟ – ପ୍ରଭୂଦତ୍ତ ପାତ୍ର / ସାନ୍ତନୁ କୁମାର ବେହେରା)