ବୋଲଗଡ,ତା-୧୨/୧୦(ପିପିଟି); ପୁଣି ଅଲୋଡା ହେଲା ଶିଶୁ କନ୍ୟା ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଥାନା ବାଙ୍କୋଇ ଫାଣ୍ଡି ଅସରଳା ପଞ୍ଚାୟତର କାଳିଗିରି ନଈରେ ଏକ ନବଜାତ ଶିଶୁକନ୍ୟା ମୃତ୍ୟୁ ଦେହ ଉଦ୍ଧାର କରାଯାଇଛି । ସୂଚନା ଅନୁଯାଇ ଅସରଳା ଗ୍ରାମର ଚାଷୀମାନେ ଜମିକୁ ଚାଷ କରିବା ଉଦ୍ଦେଶ୍ୟରେ ନଈ ପାର ହୋଇ ଯାଉଥିବା ବେଳେ ଗୋଟେ ଶିଶୁକନ୍ୟାର ମୃତ ଶରୀର ନଈ କୂଳରେ ପଡିଥିବାର ଦେଖିଥିଲେ । ଏହାପରେ ଶିଶୁଟିକୁ ଉଦ୍ଧାର କରି ଶିଶୁଟି କନ୍ୟା ଓ ସେ ମୃତ୍ୟୁବରଣ କରିଥିବା ଜାଣିବାକୁ ପାଇଥିଲେ । ତେବେ ଶିଶୁଟିକୁ କିଏ ଏବଂ କାହିଁକି ନଈରେ ଭସାଇ ଚାଲିଯାଇଥିଲା ସେନେଇ କୌଣସି ସୂଚନା ମିଳିନାହିଁ।
(ରିପୋର୍ଟ- ସୁଶାନ୍ତ କୁମାର ପ୍ରଧାନ। )