ଅଜଣା ରୋଗରେ ଧାନ ଫସଲ ନଷ୍ଟ , ଚିନ୍ତାରେ ଚାଷୀ କୁଳ, ବିଭାଗୀୟ ଅଧିକାରୀ ନୀରବ ଦ୍ରଷ୍ଟା ।

0 860

ଦିଗପହଣ୍ଡି,ତା-୦୯/୧୦(ପିପିଟି); ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କୋଟିନଡ଼ା ଗ୍ରାମ ପଞ୍ଚାୟତ ରେ ବ୍ୟାପକ ଭାବେ ଅଜଣା ରୋଗ ବ୍ୟାପି ହଜାର ହଜାର ଏକର ର ଧାନ ଚାଷ ନଷ୍ଟ ହେବାରେ ଲାଗିଲାଣି । ବିଭିନ୍ନ ପ୍ରକାରର କୀଟନାଶକ ଓୌଷଧ କ୍ରୟ କରି ଚାଷୀ ଚାଷକୁ ରକ୍ଷା କରିବାକୁ ଚେଷ୍ଟା କଲେ ମଧ୍ୟ କରୋନା ଭଳି ରୋଗ ଛାଡିବାର ନାଁ ନେଉନି । ଲକଡାଉନ ସମୟରେ ଚାଷକାର୍ଯ୍ୟକୁ ଆଗେଇନେବା ସକାଶେ ଚାଷୀ ମହାଜନ ମାନଙ୍କ ଠାରୁ ଧାରକରଜ କରି ସୁନାର ଫସଲକୁ ଭଲ ଅମଳ ହେବ ଭାବି କଠିନ ପରିଶ୍ରମ କରିଥିଲେ ସତ କିନ୍ତୁ ପ୍ରକୃତିର କରାଳ ଗ୍ରାସରେ ଆଜି ମାନବ ଜାତି ଛଟପଟ ହେବାରେ ଲାଗିଲେଣି । ଏପଟେ ଆତଙ୍କର କଳାବାଦଲ କରୋନା ଆଗକୁ ଆଗକୁ ବଢ଼ି ଚାଲିଥିଲାବେଳେ ସମଗ୍ର ଚାଷୀକୂଳ ଅଜଣା ରୋଗର ଶିକାରରେ ନିଜର ସୁନାର ଫସଲ ଠିଆଠିଆ କ୍ଷତି ହେବାଦ୍ୱାରା ମୁଣ୍ଡରେ ହାତ ଦେଇ ବସିପଡିଲେଣି । ଯିଏ ମୁଣ୍ଡର ଝାଳ ତୁଣ୍ଡ ରେ ମାରି ସମଗ୍ର ପୃଥିବୀକୁ ଦାନା ମୁଠାଏ ଯୋଗାଉଛି, ତାଙ୍କ ପାଖକୁ କୃଷି ବିଭାଗୀୟ ଅଧିକାରୀ ମାନେ ଏଭଳି ଘଦିସନ୍ଧି ସମୟରେ ଦେଖା ନାହିଁ । ବିଷୟ ଏହିକି ଯେ କ୍ଷେତ୍ର କର୍ମଚାରୀଙ୍କ କୁମ୍ଭକର୍ଣ୍ଣ ନିଦ ଭାଙ୍ଗିନି । ସରକାରୀ ବାବୁଙ୍କ କେବେ ସେ ନିଦ ଭାଙ୍ଗିବ ତାହା ସ୍ୱଷ୍ଟ ଜଣାପଡୁନି । ଜିଲ୍ଲାପାଳ,ଉପ ଜିଲ୍ଲାପାଳ,ଦିଗପହଣ୍ଡି ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଦିଗପହଣ୍ଡି କୃଷିଅଧିକାରୀ ,ତହସିଲଦାର କ୍ଷତି ଆକଳନ କରି ସହାୟତା ରାଶି ପ୍ରଦାନ କରିବାକୁ ପ୍ରବଳ ଦାବି ହେଉଛି । (ରିପୋର୍ଟ – ଆରତ କୁମାର ହୋତା ।)

Leave A Reply

Your email address will not be published.