ରାଇରଙ୍ଗପୁର,ତା- ୦୫/୧୦(ପିପିଟି); ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ସହରର ମୁର୍ମୁ ଛକରେ ଜିଏସଟି ସମାଧାନ କେନ୍ଦ୍ର ମୁଖ୍ୟ ଅତିଥି ରାଇରଙ୍ଗପୁର ଡିଏଫଓ ଡଃ ଅରୁଣ ମିଶ୍ର ଏବଂ ସମ୍ମାନିତ ଅତିଥି ରାଇରଙ୍ଗପୁର ଏସଡିପିଓ ସ୍ନେହାଶୀଷ ସାହୁଙ୍କ କରକମଳରଜ ଉଦଘାଟିତ ହୋଇଯାଇଛି। ଜିଏସଟି ସଂପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବା ଦିଗରେ ଅତିଥି ଗଣ ଗୁରୁତ୍ବ ଦେଇଥିଲେ । ଟିକସ ଫାଙ୍କି ଯୋଗୁଁ ରାଜ୍ୟ ସରକାର କୋଟିକୋଟି ଟଙ୍କା ରାଜସ୍ବ ହରାଉଛନ୍ତି ।ତଦସହ ସାଧାରଣ ଲୋକେ ଜିଏସଟି ସଂପର୍କରେ ଜ୍ଞାନ ନ ଥିବାରୁ ଅଯଥା ହଇରାଣ ହେଉଛନ୍ତି । ବସ୍ତୁ ସେବାକର ସୁବିଧା ସରକାରଙ୍କ ତରଫରୁ ଯାହା ଅଛି ତାହା ଲୋକେ ନ ପାଇ ଅଯଥା ଲେଟ ରିଟର୍ଣ ଏବଂ ନେଟ ରିଜର୍ଭ ପାଇଁ ଏଠି ସେଠି ଦୌଡ଼ି ହଇରାଣ ହେଉଛନ୍ତି ତାହାର ସମାଧାନ,ଇନକମ୍ ଟେକ୍ସ,ଲେବର ଲାଇସେନ୍ସ,ଫୁଡ୍ ଲାଇସେନ୍ସ, ଇପିଏଫ, ଠିକାଦାର ମାନଙ୍କ ସମସ୍ଯ ପାଇଁ ଏହି ଜିଏସଟି ସଲ୍ଯୁସନ ସେଣ୍ଟରରେ ସେବା ଉପଲବ୍ଧ ହେବ ବୋଲି ମୁଖ୍ୟ ଆୟୋଜକ ସୁବ୍ରତ ମହାନ୍ତି,ଶାଖା ପରିଚାଳକ ବିସ୍ମୟ ବଳ ସୂଚାଇଥିଲେ । କାର୍ଯ୍ୟକ୍ରମରେ, ବାମନଘାଟି ଠିକାଦାର ସଂଘ ସଭାପତି ସୁବାସ ମଣ୍ଡଳ,ସୁଜିତ ପ୍ରଧାନ, ଯୁବ ସମାଜସେବୀ ଗଣେଶ ମିଶ୍ର, ଦିପ୍ତୀମାନ ବଳ,ଅମରେଶ ବଳ, ମନୋଜ ସିଂ ପ୍ରମୁଖ ସାମିଲ ହୋଇଥିଲେ। ( ରିପୋର୍ଟ- ଅକ୍ଷୟ କୁମାର ବିଶ୍ବାଳ ।)