ଜିଲ୍ଲା କଂଗ୍ରେସ ତରଫରୁ ବାରିପଦାରେ ହାଥରସ୍ ରେ ଦଳିତ ଯୁବତୀ ମୃତ୍ୟୁ ପ୍ରତିବାଦରେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀ ତଳେ ନୀରବ ସତ୍ୟାଗ୍ରହ ।

0 234

ରାଇରଙ୍ଗପୁର,୦୫/୧୦(ପିପିଟି); ଅଖିଳ ଭାରତ କଂଗ୍ରେସ ଏବଂ ପ୍ରଦେଶ କଂଗ୍ରେସ ସଭାପତି ନିର୍ଦ୍ଦେଶ କ୍ରମେ ସୋମବାର ଦିନ ପୂର୍ବାହ୍ନରେ ମୟୂରଭଂଜ କଂଗ୍ରେସ କମିଟି ତରଫରୁ ଉତ୍ତର ପ୍ରଦେଶର ପୋଲିସର ହାଥରସ୍ ଘଟଣାରେ ପିଡିତା ମୃତ ଯୁବତୀଙ୍କ ଶବକୁ ପରିବାରକୁ ହସ୍ତାନ୍ତର ନ କରିବା, କିରୋସିନି ଢାଳି ପୋଡ଼ି ମାରି ଦେବା, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କାଙ୍କୁ ଦୁର୍ବବ୍ୟବହାର କରିବା ପ୍ରତିବାଦରେ ସ୍ଥାନୀୟ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀ ତଳେ ଏକ ନିରବ ସତ୍ୟାଗ୍ରହ ଜିଲ୍ଲା ସଭାପତି ହେମନ୍ତ ଦାସଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉତ୍ତର ପ୍ରଦେଶ ସରକାରଙ୍କ ଦ୍ଵାରା ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେବାର ସହ ଦଳିତଙ୍କ ଉପରେ ଅତ୍ୟାଚାର ବୃଦ୍ଧି ପାଇଛି । ଏହି ମୌନ ସତ୍ୟାଗ୍ରହରେ ପୂର୍ବତନ ସାଂସଦ ସୁଶିଳା ତିରିଆ, ମହିଳା ନେତ୍ରୀ ସସ୍ମିତା ଘୋଷାଲ, ପୂର୍ବତନ ଉପନଗରପାଳ ପ୍ରଦୀପ ମିଶ୍ର, ପୂର୍ବତନ ସଂପାଦକ ଯୋଗେଶ ଅଗ୍ରୱାଲ,ବିଜୟ ସିଂ କୋଭିଡ ଜିଲ୍ଲା ସଂଯୋଜକ ଶାନ୍ତନୁ ପାଲ,ମୀନ କେତନ ବେହେରା ,ପ୍ରଦୀପ ଦାସ, ଅରବିନ୍ଦ ଦାସ, ଶେଖ୍ ମୁସ୍ତାଫା, ନିର୍ମଳ ପ୍ରଧାନ, ତୁଷାର ବେହେରା, ବିକ୍ରମ ବର୍ମା, ଇତିଶ୍ରୀ ମିଶ୍ର, ରଶ୍ମିତା ମିଶ୍ର,ଚନ୍ଦୁରୁ ସେଠୀ,ଇନ୍ଦୁମତୀ ମହାନ୍ତି,ଦେବାଶିଷ ଅଧିକାରୀ, ବିକାଶ ସାମଲ ସମେତ ବହୁ ଦଳୀୟ କର୍ମୀ ସାମିଲ ହୋଇଥିଲେ । (ରିପୋର୍ଟ- ଅକ୍ଷୟ କୁମାର ବିଶ୍ବାଳ ।)

Leave A Reply

Your email address will not be published.