ବରିଷ୍ଠ ସାମ୍ବାଦିକ ତାରିଣୀ ପାଢୀଙ୍କ ପରଲୋକ ।

0 356

ଫୁଲବାଣୀ,୨୯/୦୯(ପିପିଟି); ଫୁଲବାଣୀ ପ୍ରମେୟର ଜିଲ୍ଲା ପ୍ରତିନିଧି ତାରିଣୀ ପାଢ଼ୀଙ୍କର ଭୁବନେଶ୍ୱର ସ୍ଥିତ କିମ୍ସ ହସ୍ପିଟାଲରେ ଆଜି ସକାଳେ ମୃତ୍ୟୁ ଘଟିଛି ସେ ଗତ ୨୪ ତାରିଖରେ କୋରନାରେ ଆକ୍ରାନ୍ତ ହୋଇ ଫୁଲବାଣୀ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିଲା ହଟାତ ଗତ କାଲି ସେ ଗୁରୁତ୍ବର ହୋଇପଡିବାରୁ ଭୁବନେଶ୍ୱର କିମ୍ସକୁ ସ୍ଥାନାନ୍ତର ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। ସେ କିମ୍ସକୁ ଯିବା ପାଇଁ ଅନିଚ୍ଛା ପ୍ରକାଶ କରିଥିଲେ । ପରେ ପରିସ୍ଥିତି ଓ ଅନ୍ୟ ମାନଙ୍କ ଚାପରେ ରାଜି ହୋଇଥିଲେ। ଆଜି ସକାଳେ ଭୁବନେଶ୍ୱର କିମ୍ସରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ଦୁଃଖଦ ଖବର ପ୍ରସାରିତ ହବା ପରେ ଜିଲ୍ଲାର ସାମ୍ବାଦିକ ମନଙ୍କ ମଧ୍ୟରେ ଦୁଃଖର ଛାୟା ଖେଳିଯାଇଥିଲା। ତାଙ୍କର ୨ଝିଅ ଓ ସ୍ତ୍ରୀ ଫୁଲବାଣୀରେ ଥିଲେ । ସେ ଜଣେ ଅତି ସରଳ ଓ ଦକ୍ଷତା ସମ୍ପର୍ଣ୍ଣ ବ୍ୟକ୍ତିତ୍ୱ ଥିଲେ। ବର୍ତ୍ତମାନ ତାଙ୍କର ମର ଶରୀରକୁ ତାଙ୍କ ନିଜ ଗ୍ରାମ ନବରଙ୍ଗପୁରକୁ ନିଆ ଯାଇଥିବା କିମ୍ସ ସୂତ୍ରରୁ ପ୍ରକାଶ। ବର୍ତ୍ତମାନ ଭୁବନେଶ୍ୱର କିମ୍ସ ହସ୍ପିଟାଲ ମରଣ ଯନ୍ତା ପାଳଟିଥିବା ଜିଲ୍ଲାରେ ଏକ ପ୍ରକାର ପ୍ରଚାର ଚାଲିଛି। ଯିଏ ସେଠାକୁ ଯାଉଛି ମୃତ୍ୟୁ ମୁଖରେ ପଡୁଛି। ସାମ୍ବାଦିକ ତାରିଣୀ ପାଢ଼ୀ ହୁଅନ୍ତୁ,ଓକିଲ ସୁରେଶ ମହାପାତ୍ର ଓ ବ୍ୟବସାୟୀ ରାମଚନ୍ଦ୍ର ସେନାପତିଙ୍କ କିମ୍ସରେ ମୃତ୍ୟୁ ପରେ କିମ୍ସ ପ୍ରତି ପ୍ରଶ୍ନବାଚି ସୃଷ୍ଟି ହୋଇଛି। ଏହି ଧାରଣା କନ୍ଧମାଳ ବାସିଙ୍କର । (ରିପୋର୍ଟ – ଶିବାନନ୍ଦ ପଟ୍ଟନାୟକ ।)

Leave A Reply

Your email address will not be published.