୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଦୁଇ ଜଣେ ଅଟକ ।

0 657

ମୋହନା,୨୯/୦୯(ପିପିଟି);ଗଜପତି ଏସପି ତପନ କୁମାର ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବେଆଇନ୍ ଗଞ୍ଜେଇ ଚାଲଣ ରୋକିବାକୁ ସ୍ପେଶାଲ ଡ୍ରାଇଭ ରେ ଆଜି ମୋହନା ପୁଲିସ ର ଆଉ ଏକ ସଫଳତା । ମଙ୍ଗଳବାର ପୂର୍ବାହ୍ନ ୧୧ ଟା ସମୟରେ ଆଇଆଇସି ସୁଜିତ କୁମାର ନାୟକଙ୍କ ନେତୃତ୍ବରେ ରାଇସିଙ୍ଗ ଛକରେ ରାସ୍ତା ବ୍ଲକିଙ୍ଗ କରି ଗାଡି ଯାଞ୍ଚ ସମୟରେ ଏକ ଟ୍ରକକୁ ତନଖି କରିବା ସମୟରେ ଗଞ୍ଜେଇ ଭର୍ତ୍ତି ହୋଇଥିବା ଜଣାପଡିଥିଲା । ଉକ୍ତ ଗାଡିରେ ସମୁଦାୟ ୨୨ ଗୋଟି ପ୍ଲାଷ୍ଟିକ ଜରି ବସ୍ତା ଗଞ୍ଜେଇକୁ ଜବତ କରିବା ସହ ମୋହନା ତହସିଲଦାର ତଥା ଏକ୍ସିକ୍ୟୁଟିଭ୍ ମାଜିଷ୍ଟ୍ରେଟରଙ୍କ ଉପସ୍ଥିତିରେ ଉକ୍ତ ଗଞ୍ଜେଇ ବସ୍ତାକୁ ଓଜନ କରାଯାଇଥିଲା ।ସମୁଦାୟ ଗଞ୍ଜେଇର ପରିମାଣ ୫୭୮ କେଜି ହେଲା ଯାହାର ବଜାଇ ମୂଲ୍ୟ ପ୍ରାୟ ୩୦ ଲକ୍ଷ ଟଙ୍କା ହେବ । ଦୁଇ ଜଣ ଅଟକ ଥିବା ବ୍ଯକ୍ତି ହେଲେ ବିରେନ୍ଦ୍ର ଯାଦବ ଓ ରୂପେଣ କୁମାର ଯାଦବ ଘର ଔରାଙ୍ଗବାଦ,ବିହାର । ଗାଡିକୁ ଜବତ କରାଯାଇଛି । ଏ ବାବଦରେ ମୋହନା ଥାନା କେଶ ନମ୍ବର ୧୫୨/୨୦ ମାମଲା ରୁଜୁ କରାଯାଇଛି । ଅଡବା ଅଞ୍ଚଳରୁ ବିହାର ଗଞ୍ଜେଇ ଚାଲଣ ହେଉଥିବା ଜଣାପଡ଼ିଛି ।

Leave A Reply

Your email address will not be published.