ଦମକଳ ବାହିନୀ ତରଫରୁ ଯାଲୋଏ ରେ ବିଶୋଧକ ସିଞ୍ଚନ ।

0 339

ଉଲୁଣ୍ଡା,୨୮/୦୯(ପିପିଟି); ମହାମାରି କରୋନା ଭାଇରସ ଗାଁ ରୁ ସହର ସବୁଆଡେ ସଂକ୍ରମିତ ହେବାରେ ଲାଗିଛି ।ଏହାକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଥମେ ନିୟମ କଡାକଡି କରିଥିଲେ କିନ୍ତୁ ଜିଲା ପ୍ରଶାସନ କେତେକାଂଶରେ କୋହଳ କରିଛନ୍ତି ।ଯାହା ଫଳରେ କରୋନା ମହାମାରୀ ହୁ ହୁ ବଢୁ ଥିବାରୁ ଏହା ଚିନ୍ତାର କାରଣ ପାଲଟିଛି ।ଏହାକୁ ଦୃଷ୍ଟିରେ ରଖି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ହେମସଗାର ଭୋଇଙ୍କ ନିର୍ଦ୍ଦେଶକ୍ରମେ ଉଲୁଣ୍ଡା ଦମକଳ ବାହିନୀ ପକ୍ଷରୁ ଆଜି ଜାଲୋଏ ର ଜନ ଗହଳିପୂର୍ଣ୍ଣ ସ୍ଥାନ ,ସପ୍ତାହିକ ବଜାର ପଡିଆ,ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସର, ଡାକ୍ତରଖାନା ପରିସରରେ ବିଶୋଧକ ସିଞ୍ଚନ କରାଯାଇଛି । (ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ ।)

Leave A Reply

Your email address will not be published.