ମଧୁମୟ କଳା ସଂଗଠନ ତରଫରୁ କଳାକାର ମାନଙ୍କୁ ସମ୍ବର୍ଦ୍ଧନା ।

0 172

ବରଗଡ,୨୬/୦୯(ପିପିଟି); ବରଗଡ ମଧୁମୟ କଳା ସଂଗଠନ ତରଫରୁ କରୋନ କଟକଣାକୁ ଦୃଷ୍ଟିରେ ରଖି ସରକାରୀ ନିତିନିୟମକୁ ପାଲନ କରି ଅନଲାଇନ ମାଧ୍ୟମରେ ନୃତ୍ୟ , ଗୀତ, ଅଭିନୟ , କବିତା , ଲୋକ ବାଦ୍ୟ ର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଆଜି ଆସ୍ଥା ନିବାସ ବରଗଡ ଠାରେ ସଂଗଠନ ର ଅଧ୍ୟକ୍ଷ ମୋତିଲାଲ ବାଗଙ୍କ ଅଧ୍ୟକ୍ଷତାରେ ମୁଖ୍ୟଅତିଥି ଭାବେ ଡଃ ବିରେନ୍ଦ୍ର କୁମାର ବାଗ ଲୋକ କଳା ସଂସ୍କୃତି ଗବେଷକ ଓଡିଶା ମୂଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଲେ ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘ ରାଜ୍ୟ ଉପସଭାପତି ତଥା ମୁଧୁମୟ କଳା ସଂଗଠନର ଆଇନ ପରାମର୍ଶଦାତା ଆଶୁତୋଷ ରଥ ଯୋଗଦେଇ କଳାକୁ କିପରି ଉଜ୍ଜୀବିତ କରାଯାଇ ପାରିବ ,କଳା ସଂସ୍କୃତି ଓ କଳାକାରକୁ ଚିରନ୍ତନ ବିକଶିତ କିପରି ଭାବରେ କରାଯାଇପାରିବ ସେ ସଂପର୍କରେ ଆଲୋକପାତ କରିଥିଲେ । ସୌଭାଗ୍ୟ ଲକ୍ଷ୍ମୀ ଦାଶ ପ୍ରାରମ୍ଭିକ ଗାନ କରିଥିବା ବେଲେ ସଂପାଦକ ଜଗନ୍ନାଥ କୁମ୍ଭାର ଅତିଥି ପରିଚୟ ପ୍ରଦାନ ଏବଂ ସଂଗଠନର ବିବରଣୀ ପାଠ କରିଥିଲେ । ପ୍ରତିଯୋଗିତାରେ ସୌଭାଗ୍ୟ ଲକ୍ଷୀ ଦାଶ , ଯତିନ କୁମାର ସାହୁ , ବଳରାମ ସାହୁ , ମମତା ଅଗଓ୍ବାଲ , ଆଲିଶା ଅଗ୍ରଓ୍ବାଲ , ଆକାଂକ୍ଷା ଅନ୍ନପୂର୍ଣା ସାହୁ , ଆର୍ଯ୍ୟନ ମହାନନ୍ଦ , ରାମ ବାରିକ , ଜିତ ସୁନା , ଅଶୋକ ଉର୍ମା , ଆରାଧ୍ୟା ଗୁରୁ , ସ୍ବୟାଂସୁ ସତ୍ୟ ପ୍ରଜ୍ଞା ସାହୁ , କବିତା ବିଭାର , ଅର୍ଚ୍ଚିତା ରଥ , ସିଦ୍ଧି ଦାଶ ପ୍ରମୁଖ ପ୍ରତିଯୋଗିଙ୍କୁ ଉତ୍ତରୀୟ ,ମାନପତ୍ର ଏବଂ ପୁଷ୍ପଗୁଚ୍ଛ ଦେଇ ତିରିଶ ଜଣ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ନରେନ୍ଦ୍ର ପାଇକ ଧନ୍ୟବାଦ ଅର୍ପଣ କରିଥିଲେ । (ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।)

Leave A Reply

Your email address will not be published.