ଗାଧୋଇବା ବେଳେ ବଡ଼ ନଦୀରେ ବୁଡ଼ି ମହିଳାଙ୍କ ମୃତ୍ୟୁ ।

0 189

ବେଲଗୁଣ୍ଠା,୨୫/୦୯(ପିପିଟି); ଆଜି ଗାଧୋଇବା ଜି. ନୁଆଁ ଗାଁର ଜଣେ ମହିଳା ବଡ଼ ନଦୀରେ ବୁଡ଼ିଯାଇ ମୃତ୍ୟୁ ବରଣ କରିଥିବା ଜଣା ପଡ଼ିଛି । ସୂଚନା ପ୍ରକାରେ ଆଜି ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ ଜି. ନୂଆଁ ଗାଁ ଗ୍ରାମର ସୋମନାଥ ସେଠୀଙ୍କ ସ୍ତ୍ରୀ ଚନ୍ଦ୍ରମା ସେଠୀ ସକାଳେ ବଡ଼ ନଦୀକୁ ଗାଧୋଇବାକୁ ଯାଇ ବହୁ ସମୟ ପର୍ଯ୍ୟନ୍ତ ଫେରି ନଥିଲେ । ଏଥିରେ ପରିବାର ଲୋକ ବ୍ୟସ୍ତ ହୋଇ ବହୁ ସ୍ଥାନରେ ଖୋଜାଖୋଜି କରିବା ପରେ ଅପରାହ୍ନ ଦୁଇ ଘଣ୍ଟା ସମୟରେ ପାଟୁଳି ସାହି ନିକଟରେ ବଡ଼ ନଦୀରେ ମହିଳାଙ୍କ ଶବ ଠାବ କରାଯାଇଥିଲା । ଏନେଇ ମହିଳାଙ୍କ ସ୍ଵାମୀ ଭଞ୍ଜନଗର ଥାନାରେ ଜଣାଇବା ପରେ ପୋଲିସ୍ କେସ୍ ନମ୍ବର ୬୧/୨୦ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ମେଡିକାଲ୍ କୁ ପଠାଇଦେଇଛି । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣା ପଡ଼ିଛି । (ରିପୋର୍ଟ – ଶିବରାମ ଚୌଧୁରୀ ।)

Leave A Reply

Your email address will not be published.